ଦିଲ୍ଲୀରେ ପ୍ରଦର୍ଶିତ ହେଲା ତ୍ରିଲୋଚନଙ୍କ “ମୁଁ ଗଛ କହୁଛି

*ଦିଲ୍ଲୀରେ ପ୍ରଦର୍ଶିତ ହେଲା ତ୍ରିଲୋଚନଙ୍କ “ମୁଁ ଗଛ କହୁଛି” କାର୍ଯ୍ୟକ୍ରମ ଆନନ୍ଦପୁର* ଦିଲ୍ଲୀରେ ଇଣ୍ଡିଆ ଗେଟ୍ ସମ୍ମାରେ ସମାଜସେବୀ ତ୍ରିଲୋଚନ ସାହୁଙ୍କ “ମୁଁ ଗଛ କହୁଛି” କାର୍ଯ୍ୟକ୍ରମ ପ୍ରଦର୍ଶୀତ ହୋଇଛି । ଏହି ଭଳିଆ ଭାବରେ ଦିଲ୍ଲୀର ଚାରିଗୋଟି ଭିନ୍ନ ଭିନ୍ନ ଜାଗାରେ ଏହି ପ୍ରଦର୍ଶନ ହେବ ବୋଲି ଶ୍ରୀ ସାହୁ କହିଛନ୍ତି । ରାଷ୍ଟ୍ରପତି ଭବନ, ସଂସଦ ଭବନ, ଆଇ ଆଇ ଟି ଦିଲ୍ଲୀ ଏବଂ ଇଣ୍ଡିଆ ଗେଟ୍ ସାମ୍ନାରେ ପ୍ରସାରିତ ହେବ । ନିଜର ଜନ୍ମ ଦିନରେ ଅତି କମ୍ ରେ ଗୋଟେ ଗଛ ଲଗାଇ ଏହାର ଯତ୍ନ ନେବା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଶ୍ରୀ ସାହୁ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଏହି ପ୍ରଚାର ପାଞ୍ଚ ଦିନ ଧରି କରିବେ । ଆଗକୁ ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ଭାରତର ବିଭିନ୍ନ ରାଜ୍ୟ ବୁଲି ସଚେତନତା ବାର୍ତ୍ତା ପ୍ରଚାର କରିବେ ବୋଲି ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *