ବିଭିନ୍ନ ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ

ଆତ୍ମସ୍ୱାର୍ଥ ନୁହେଁ, ଏକତାକୁ ଗୁରୁତ୍ୱନୟାଗଡ଼,ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ନିର୍ଦ୍ଦେଶରେ ଆଜି ବିଭିନ୍ନ ବ୍ଲକରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଶାଖା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭିନ୍ନ ବ୍ଲକକୁ ଯାଇ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଭାପୁର ବ୍ଲକରେ ଭାପୁର ପ୍ରେସ କ୍ଲବ ଶିଶିର କୁମାର ସାହୁ, ରଞ୍ଜନ କୁମାର ମହାପାତ୍ରଙ୍କ ସହ ଅନେକ ସାମ୍ବାଦିକ ଉପସ୍ଥିତ ରହି ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଆଲୋଚନା କରିଥିଲେ । ସେହିଭଳି ଭାବେ ଭାପୁର ଆଞ୍ଚଳିକ ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ଶୁଭ୍ରେନ୍ଦ୍ର ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକଙ୍କ ସମେତ ଅନେକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସାମ୍ବାଦିକତା ଆରମ୍ଭରୁ ଆମେ ଉତ୍କଳ ସାମ୍ବାଦିକ ସଂଘ ସହ ରହି ଆସିଛୁ ଏବଂ ଆଗକୁ ମଧ୍ୟ ସଂଘକୁ ମଜବୁତ୍ କରି ସାମ୍ବାଦିକ ଏକତାକୁ ବଜାୟ ରଖିବୁ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ଖଣ୍ଡପଡ଼ାରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ସିଂସାମନ୍ତଙ୍କ ତତ୍ୱାବଧାନରେ ଆୟୋଜିତ ଆଲୋଚନା ଚକ୍ରରେ ବହୁ ସାମ୍ବାଦିକ ଯୋଗ ଦେଇ ସାମାଜିକ କାର୍ଯ୍ୟ ହାତକୁ ନେବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ଭାବେ ଦଶପଲ୍ଲା ପ୍ରେସ କ୍ଲବଠାରେ ଆୟୋଜିତ ବୈଠକରେ ପ୍ରଫୁଲ କୁମାର ଦାଶ, ପ୍ରଶାନ୍ତ କୁମାର ସାହୁ, ଗଙ୍ଗାଧର ରଣାଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହି ଜିଲ୍ଲା ଶାଖାରୁ ଗ୍ରସ୍ତ କରିଥିବା ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଆଲୋଚନା କରିଥିଲେ । ସେହିଭଳି ଭାବେ ନୂଆଗାଁ ବିଜୁ ୟୁଥ୍ କ୍ଲବଠାରେ ଆୟୋଜିତ ବୈଠକରେ ଧନେଶ୍ୱର ସାହୁ, ଶିବଦତ୍ତପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘର ଏକତା ବଜାୟ ରଖିବାକୁ ସମ୍ପାଦକ ଶ୍ରୀଯୁକ୍ତ ମହାପାତ୍ର ଆହ୍ୱାନ ଦେବା ସହ କୈାଣସି ପରିସ୍ଥିତିରେ ଆତ୍ମସ୍ୱାର୍ଥକୁ ସଂଘରେ ପ୍ରଶୟ ଦିଆଯିବ ନାହିଁ ବୋଲି କହିଥିଲେ । ସଂଘର ନିଷ୍ପତ୍ତି ଅନୁସାରେ ପ୍ରତି ତିନିମାସରେ ଥରେ ଗୋଟିଏ ବ୍ଲକରେ ଜିଲ୍ଲା ସ୍ତରୀୟ ସାଂଗଠନିକ ସଭା କରାଯିବାକୁ ସ୍ଥିର ହୋଇଛି । ନୟାଗଡ଼ ଶାଖା ପକ୍ଷରୁ ସାମ୍ବାଦିକ ଅନୀଲ କୁମାର ପଣ୍ଡା, ବିଶ୍ୱଜିତ ନାୟକ, ନିହାର ରଞ୍ଜନ ପଟ୍ଟନାୟକ, ରବି ଦାଶ ପ୍ରମୂଖ ପ୍ରତ୍ୟେକ ସଭାରେ ସାମିଲ ହୋଇ ବ୍ଲକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *