ଭଦ୍ରକ ଜିଲ୍ଲାରେ କରୋନା ପାଇଁ ଐତିହାସିକ କାଳୀପୂଜାରେ ଲାଗିଲା ଅଙ୍କୁଶ
ଭଦ୍ରକ:୨୦/୧୦:- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ ଅଧିକାରୀ ଓ କମିଟି କର୍ମକର୍ତ୍ତାମାନେ ଉପସ୍ଥିତରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଶେଷରେ କାଳିପୂଜାରେ ବି ସମାନ କଟକଣା । ମଣ୍ଡପ ହେବ ଆବଦ୍ଧ । ୪ଫୁଟ ଉଚ୍ଚତା ହେବ ମାଁ କାଳୀ ଙ୍କ ମୃଣୟୀ ମୂର୍ତ୍ତି । ପୂଜା ସ୍ଥଳରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ। ପୂଜା ପାଇବାର ଦୁଇଦିନ ପରେ କରାଯିବ ଭସାଣି। ଏସବୁ ନିୟମକୁ ଅବଗତ କରାଯାଇଛି ଭଦ୍ରକ ସହରାଞ୍ଚଳର ୧୨ଟି ପୂଜା ମଣ୍ଡପର କର୍ମକର୍ତ୍ତା ମାନଙ୍କୁ। ନିୟମ ଉଲଘଂନ କଲେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ। ତେବେ କରୋନା ଭଳି ମହାମାରୀରୁ ବଞ୍ଚିବା ପାଇଁ ପ୍ରଶାସନିକ ନିୟମକୁ ମଥାପାତି ମାନିବା ସହ ସ୍ବାଗତ କରିଛନ୍ତି କମିଟି କର୍ତ୍ତୁପକ୍ଷ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
