ଉର୍ଜାବାନ ଓଡିଶା ତରଫରୁ ଶିଶୁ ଦିବସ ପାଳିତ
ତା. ୧୪/୧୧/୨୦୨୧ରିଖ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ୧୩୨ ତମ ଜନ୍ମଜୟନ୍ତୀ ତଥା ଶିଶୁ ଦିବସ ଅବସରରେ ଉର୍ଜାବାନ ଓଡିଶା ପରିବାର ତରଫରୁ ସାକ୍ଷୀଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ରେ ପାଠ୍ୟ ଉପକରଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଟ୍ରଷ୍ଟ ର ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, କୋଷାଧକ୍ଷ ସୀତାରାମ ସେନାପତି, ଉପଦେଷ୍ଟା ମାନସ ଦାଶ, ଗୌତମ ସାହୁ, ଜିତେନ୍ଦ୍ର ପାତ୍ର, ହରପ୍ରସାଦ ନନ୍ଦ, ଆଶୁତୋଷ ନନ୍ଦ, ଆଦର୍ଶ ମିଶ୍ର ବିଭୁ ପ୍ରସାଦ ନନ୍ଦ, ଦିଲୀପ ଚିନ୍ନରା ପ୍ରମୁଖ ଉପସ୍ଥିତ ଥିଲେ।
