ବୟସର ଶେଷ ସୀମାରେ ଭତ୍ତା ପାଇଁ ଡହଳ ବିକଳ

ବୟସର ଶେଷ ସୀମାରେ ଭତ୍ତା ପାଇଁ ଡହଳ ବିକଳ ସତ୍ୟବାଦୀ ବ୍ଲକ ୮୫ ବର୍ଷୀୟ ବୃଦ୍ଧା ସୁକାନ୍ତି ଦେଇ! ଭତ୍ତା ଟଙ୍କା ପାଇଁ ସୁକାନ୍ତି ନିଜ ଘର ଠାରୁ ୨ କିଲୋମିଟର ଦୂରରେ ଥିବା ସାରଙ୍ଗଯୋଡି ଗ୍ରାମୀଣ ବ୍ୟାଙ୍କଙ୍କୁ ନିଜର ଭତ୍ତା ଟଙ୍କା ଉଠାଇ ବାକୁ ଯାଇଥିବା ବେକେ ଅଧା ବାଟରେ ଅଚେତ ହୋଇ ତଳେ ପଡି ଗୁରୁତର ହୋଇ ପଡିଥିଲେ ! ସ୍ଥାନିୟ ଲୋକେ ବୃଦ୍ଧା ମାଉସିଙ୍କୁ ନିକଟସ୍ଥ ମେଡିକାଲ ନେଇ ଚିକିତ୍ସା କରାଇ ଘରେ ଛାଡିଥିଲେ! ସୁକାନ୍ତି ଭତ୍ତା ଟଙ୍କା ପାଇଁ ଏତେ ବାଟ ଚାଲି ଚାଲି ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ଦୁଃଖର ବିଷୟ ବ୍ୟାଙ୍କଙ୍କୁ ଭତ୍ତା ଟଙ୍କା ଏ ପର୍ଯ୍ୟନ୍ତ ଆସିନାହିଁ ବୋଲି ଜଣାପଡିଛି ! ନିଜର ବ୍ଲଡ଼ ପ୍ରେସର ମେଡିସିନ ପାଇଁ ଭତ୍ତା ଟଙ୍କା ଉପରେ ନିର୍ଭର କରନ୍ତି ମାଉସୀ ! ଦୀର୍ଘ ୩ ମାସ ହେଲାଣି ଭତ୍ତା ପାଇ ନାହାନ୍ତି ବୋଲି ସୁକାନ୍ତି ମାଉସୀ ଅଭିଯୋଗ ଆଣୁଥିବା ବେଳେ ସତ୍ୟବାଦୀ ବିଡ଼ିଓ ଦେବାଶିଷ ନାୟକଙ୍କ ସୂଚନା ଅନୁଯାଇ ଓଡିଶା ଗ୍ରାମୀଣ ବ୍ୟାଙ୍କର IFC ସଂଶୋଧନ ତ୍ରୁଟି ପାଇଁ ଟଙ୍କା ଯାଇନଥିବ ବୋଲି ସେ କହିଛନ୍ତି ! ବିଡ଼ିଓ ଏହାକୁ ଗୁରୁତର ସହିତ ନେଇ ମାଉସୀଙ୍କ ଭତ୍ତା ଟଙ୍କା ମିଳିବାର ଵେବସ୍ତା କରିବେ ବୋଲି ସୂଚନା ଦେଇଛନ୍ତି ସତ୍ୟବାଦୀ ବିଡ଼ିଓ ।

Leave a Reply

Your email address will not be published. Required fields are marked *