ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଭଦ୍ରକ ଜିଲ୍ଲା ରେ ବିଭିନ୍ନ ଉନ୍ନତିମୂଳକ ଯୋଜନା ସ୍ଥିତି ଅନୁଧ୍ୟାନ କରିଥିଲେ।

ଭଦ୍ରକ, ତା. ୩୦.୦୪.୨୦୨୬ :ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ପର୍ଯ୍ୟବେକ୍ଷଣ କରିଛନ୍ତି।ଏହି ଅବସରରେ ଶ୍ରୀମତୀ ଗୁହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏଫଏସଟିପି ହରିପୁର, ଅନ୍ନପାଳ ଗ୍ରାମପଞ୍ଚାୟତରେ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀଙ୍କ ଘର, ମା ବାସୁଳେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ଫେୟାର ଶପ୍, ଜନଗଣନା କାର୍ଯ୍ୟ, ବେତଡା ଗ୍ରାମର ପାଇପ ଜଳ ଯୋଗାଣ ବ୍ୟବସ୍ଥା, ବାଗୁରାଇ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ କୁଆଁସ ଶିଳ୍ପ ଗ୍ରାମ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ।

ପରେ ସେ ନୂଆ ସର୍କିଟ୍ ହାଉସରେ ସିଏମ୍ କିସାନ ହିତାଧିକାରୀଙ୍କ ସହ ମତବିନିମୟ କରିବା ସହ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।ଏହି ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରଗତି ସମ୍ପର୍କରେ ସମସ୍ତ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ।କମିଶନର ତଥା ସଚିବ ଶ୍ରୀମତୀ ଗୁହାଙ୍କ ଏହି ଗସ୍ତ ଜିଲ୍ଲାର ସମଗ୍ର ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବାରେ ଏକ ବହୁମୂଲ୍ୟ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *