ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ସିଟି ରେଳ ଷ୍ଟେସନ ନିରୀକ୍ଷଣ ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ସିଟି ରେଳ ଷ୍ଟେସନ ନିରୀକ୍ଷଣ ।• ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର ସମୀକ୍ଷାଭୁବନେଶ୍ୱର, ଅକ୍ଟୋବର ୩୦, ୨୦୨୬ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ସମ୍ବଲପୁର ସିଟି ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଚାଲୁ ରହିଥିବା ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।ଏହି ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ଯାତ୍ରୀ ସୁବିଧାର ଉନ୍ନତିକରଣ ଏବଂ ଷ୍ଟେସନର ସାମଗ୍ରିକ ପରିବେଶର ଉନ୍ନତି ଲକ୍ଷ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ ଷ୍ଟେସନ ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଶ୍ରୀ ଫୁଙ୍କୱାଲ ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା, ଯାତାୟାତର ସୁବ୍ୟବସ୍ଥା ଏବଂ ଅଧିକ ପରିଚ୍ଛନ୍ନ ଓ ଆରାମଦାୟକ ଷ୍ଟେସନ ପରିବେଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ରେଳ ଷ୍ଟେସନଗୁଡ଼ିକର ବିକାଶ ଦ୍ୱାରା ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇଦେବା ସହ ଯାତ୍ରା ଅନୁଭୂତିକୁ ଅଧିକ ଉନ୍ନତ କରିବାର ଗୁରୁତ୍ୱ ସମ୍ପର୍କରେ ମହାପ୍ରବନ୍ଧକ ଉଲ୍ଲେଖ କରିଥିଲେ। ସେ ଚାଲୁ ରହିଥିବା କାର୍ଯ୍ୟଗୁଡ଼ିକର ନିୟମିତ ତଦାରଖ କରିବା ସହ ଯୋଜନାବଦ୍ଧ ଭାବେ ଉନ୍ନତିକରଣ କାର୍ଯ୍ୟଗୁଡ଼ିକର ସଫଳ ରୂପାୟନ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ନିରୀକ୍ଷଣ ସମୟରେ ପୂର୍ବ ତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ସମ୍ବଲପୁର ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ମହାପ୍ରବନ୍ଧକଙ୍କ ସହ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *