ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି
ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି l ୧୯୮୨ ଠାରୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (ଏନସିଏସଏମ) ପକ୍ଷରୁ ପ୍ରତିବର୍ଷ ଆୟୋଜନ କରାଯାଉଛି ଜାତୀୟ ବିଜ୍ଞାନ ସେମିନାରଭୁବନେଶ୍ୱର, ୩୦ ଅକ୍ଟୋବରଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୌମ୍ୟାଶ୍ରୀ ଥାନପତି ଜାତୀୟ ବିଜ୍ଞାନ ସେମିନାର ୨୦୨୬ର ବିଜେତା ହୋଇଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (ଏନସିଏସଏମ) ପକ୍ଷରୁ ଏହି ସେମିନାର ଆୟୋଜନ କରାଯାଇଥିଲା। ଦିଲ୍ଲୀର ଜାତୀୟ ବିଜ୍ଞାନ କେନ୍ଦ୍ର ଠାରେ ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ସୌମ୍ୟାଶ୍ରୀ ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ‘‘ଭାରତର ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ’’ ବିଷୟବସ୍ତୁକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କୁ ଭାରତର ଶକ୍ତି ଆବଶ୍ୟକତା, ଭବିଷ୍ୟତର ଶକ୍ତି ସମ୍ଭାବନା ଏବଂ ଦୀର୍ଘସ୍ଥାୟୀ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆହ୍ୱାନଗୁଡ଼ିକ ସମ୍ପର୍କରେ ଅନ୍ୱେଷଣ କରିବା ଲାଗି ଏକ ମଞ୍ଚ ଯୋଗାଇ ଥିଲା । ପୁରସ୍କାର ସ୍ୱରୂପ ସୌମ୍ୟାଶ୍ରୀ ବିଜେତା ଟ୍ରଫି, ଏକ ପ୍ରମାଣପତ୍ର ଏବଂ ୪୮ ହଜାର ଟଙ୍କାର ବୃତ୍ତି ମିଳିଥିଲା। ସୌମ୍ୟାଶ୍ରୀ ବିଜେତା ହୋଇଥିବା ବେଳେ ଅନ୍ୟ ୯ ଜଣ ପ୍ରତିଯୋଗୀଙ୍କୁ ରନର୍ସଅପ୍ ପୁରସ୍କାର ପାଇଥିଲେ । ରନର୍ସମାନଙ୍କୁ ୨୮ ହଜାର ଟଙ୍କାର ବୃତ୍ତି ମିଳିଥିଲା । କାର୍ଯ୍ୟକ୍ରମରେ ପିଏନଜିଆରବିର ଅଧ୍ୟକ୍ଷ ଡକ୍ଟର ଅନୀଲ କୁମାର ଜୈନ, ନୀତି ଆୟୋଗର ଶକ୍ତି ପରାମର୍ଶଦାତା ରାଜନାଥ ରାମ, ଏନସିଏସଏମ ମହାନିର୍ଦ୍ଦେଶକ କେ.ଏସ ମୂରଲୀ ପ୍ରମୁଖ ଯୋଗ ଦେଇଥିଲେ ।
