ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ

ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ lରଞ୍ଜନ କୁମାର ରାଉତ ନିପ୍ର ଆସିକା : ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ଅବସରରେ ଆଜି ଶାନ୍ତି ଶକ୍ତି ଭଵନ ତରଫରୁ ତ୍ରିମୁର୍ତ୍ତୀ ଶିବ ପରମାତ୍ମାଙ୍କ 88 ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଆସିକା ପୌରପାଳିକାର ମେୟର ବିନେତା ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଟିପିଏସଓଡିଏଲ ନୁଆଗାଁ ଡିଭିଜନର ଉପଖଣ୍ଡ ଅଧିକାରୀ ଜୀତେନ୍ଦ୍ର ସିଂ ଯୋଗ ଦେଇ ପରମାତ୍ମା ଶିବ ପିତାଙ୍କ ଶିବ ଧ୍ଵଜା ଉତ୍ତୋଳନ କରିବା ସହିତ ଶିବ ସନ୍ଦେଶ ଯାତ୍ରାକୁ ଉଦଘାଟନ କରିଥିଲେ l ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଏହି ଅବସରରେ ସହର ବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରି ଥିବା ବେଳେ ସମସ୍ତ ଅତିଥି ଶିବ ଜୟନ୍ତୀ ଅବସରରେ ସହର ବାସୀଙ୍କୁ ଶୁଭେଚ୍ଛା ଜଣାଇ ଥିଲେ l ଶାନ୍ତି ଶକ୍ତି ଭବନରୁ ଶିବ ସନ୍ଦେଶ ଯାତ୍ରା ସହର ପରିକ୍ରମା କରିଥିଲା l ଏଥିରେ ସୁସଜ୍ଜିତ ରଥରେ ଜ୍ଯୋତିରବିନ୍ଦୁ ଶିବ ପିତାଙ୍କ ଜ୍ୟୋତିର୍ଲିଙ୍ଗ ଶୋଭା ପାଉଥିଲେ l ଅପରାହ୍ଣରେ ପୁଡୁଗେଶ୍ୱର ଙ୍କ ପିଠରେ ପ୍ରୋଜେକ୍ଟ ଶୋ ମାଧ୍ୟମରେ ପରମାତ୍ମା ଶିବ ପିତାଙ୍କ ଅକର୍ଷଣୀୟ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା l

Leave a Reply

Your email address will not be published. Required fields are marked *