ଇସ୍କନ ସ୍ପଷ୍ଟୀକରଣ ମିଥ୍ୟା: ଗଜପତି
ଇସ୍କନସ୍ପଷ୍ଟୀକରଣମିଥ୍ୟା: ଗଜପତି
-ଇସ୍କନ ଭାରତୀୟ ଶାଖାର ପ୍ରେସ୍ ରିଲିଜ ମିଥ୍ୟା ଓ ବିଭ୍ରାନ୍ତିକର
-ଲୋକଙ୍କୁ ଭ୍ରମିତ କରିବା ପାଇଁ ଇସ୍କନ ଚେଷ୍ଟା କରିଛି କହିଲେ ଗଜପତି
-ବର୍ଲିନ ରଥଯାତ୍ରା ନେଇ ଯେଉଁ ତଥ୍ୟ ରଖିଛନ୍ତି ତାହା ମଧ୍ୟ ଭ୍ରମାତ୍ମକ
-୧୯୯୧ରେ ବର୍ଲିନରେ ଏକ କନଫରେନ୍ସ ପାଇଁ ଇସ୍କନ ନିମନ୍ତ୍ରଣ କରିଥିଲା
-ଆଉ ସେତେବେଳେ ହିଁ ଇସ୍କନ ରଥଯାତ୍ରା କରିବାରୁ ଅଦିନିଆ ଜାଣିଲୁ
-ରଥଯାତ୍ରା ପାଇଁ ଅନୁମତି ଓ ପ୍ରଶଂସା କରିବା କଥା ସମ୍ପୂର୍ଣ୍ଣ ମିଥ୍ୟା
-ସେଠାରୁ ଫେରିବା ପରେ ମୁଁ ବ୍ୟକ୍ତିଗତ ଭାବେ ଆଲୋଚନା କଲି
-ଭାବିଥିଲୁ ଇସ୍କନ ମୌଖିକ ଆଲୋଚନାରେ ରାଜି ହେବ, ମାତ୍ର ମାନିଲେନି
-୨୦୦୭ରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ବିରୋଧ ନିଷ୍ପତ୍ତି ହେଲା
-ପରମ୍ପରା ବିରୋଧୀ ଜାଣିବା ପରେ ଇସ୍କନ କାର୍ଯ୍ୟକ୍ରମ ଯିବା ବନ୍ଦ ହେଲା
-କାଲିର ରିଲିଜ ମିଥ୍ୟା, ଲୋକଙ୍କୁ ଭ୍ରାନ୍ତିରେ ପକାଇବାକୁ ଉଦ୍ୟମ
-କାଲି ଏନେଇ ଶ୍ରୀମନ୍ଦିର ପ୍ରଶାସନ ବିଧିବଦ୍ଧ ଜବାବ ରଖିବ
-ଅଦିନିଆ ରଥକୁ ପ୍ରୋତ୍ସାହନ କଥା ଲେଖି ଭୁଲ ଧାରଣା ସୃଷ୍ଟି ଉଦ୍ୟମ
-ଜୁଲାଇ ୭ରେ ଇସ୍କନର ଆଲୋଚନା ପ୍ରତ୍ୟାଖ୍ୟାନ ପରେ ସ୍ବର ଉଠୁଛି
-ଇସ୍କନ ଭୟଭୀତ ହୋଇ ଏପରି ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରୁଛି
