ସିଭିଲକୋର୍ଟ ସ୍ଥାପନ ପାଇଁ ପାଚେରୀ ନିର୍ମାଣ ହୋଇ ୩ ବର୍ଷ ପକେଇବ।
ଅଦାଲତ ଓ ସରକାରଙ୍କ ନିଷ୍ପତି ଅନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲାର ପ୍ରତି ବ୍ଲକରେ ସଭିଲ୍ କୋର୍ଟ ସ୍ଥାପନ ନିମନ୍ତେ ନିର୍ଦ୍ଧେଶ ନାମା ଜାରି କରାଯିବା ପରେ ଅର୍ଥ ମଧ୍ୟ ମଞ୍ଜୁର କରାଯାଇ ଅନେକ ଜିଲ୍ଲାର ବ୍ଲକ ଗୁଡ଼ିକରେ ଗୃହ ନିର୍ମାଣ ହୋଇ ସିଭିଲ୍ କୋର୍ଟ ସ୍ଥାପନ ହୋଇ ସାରିଲାଣି। ସେହିଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ କିଛି ବ୍ଲକରେ ହୋଇ ସାରିଲାଣି। ଖଜୁରୀପଡ଼ା ବ୍ଲକ ମୂଖ୍ୟ କାର୍ଯ୍ୟାଳୟ ନିକଟସ୍ଥ ଦୁତୀମେଣ୍ଡି ପଞ୍ଚାୟତର ସମ୍ବେପଦର ଠାରେ ଏହି ସିଭିଲ କୋର୍ଟ ସ୍ଥାପନ ପାଇଁ ୨୨ ଲକ୍ଷ ୯୯ ହଜାର ଅର୍ଥ ମଞ୍ଜୁର ହୋଇ ପାଚେରୀ ନିର୍ମାଣ କାର୍ଯ୍ୟ ୨୦୨୧ ମସିହା ଠାରୁ ଆରମ୍ଭ ହୋଇ ୨୦୨୨ ମସିହାରେ ସମାପ୍ତ ହୋଇ ସାରିଲାଣି।ଏତି ମଧ୍ୟରେ ୩ ବର୍ଷ ପାଖେଇ ଯାଇଥିଲେ ସୁଧା କୋର୍ଟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ। ଏ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଅନେକ ବୁଦ୍ଧିଜୀବୀ କହୁଛନ୍ତି ଯେ ଆମ ଖଜୁରୀପଡ଼ା ବ୍ଲକରେ ସିଭିଲ କୋର୍ଟ ସ୍ଥାପନ ପାଇଁ ପାଚେରୀ ନିର୍ମାଣ ହୋଇ ୩ ବର୍ଷ ପାଖେଇବ ହେଲେ କୋର୍ଟ ଗୃହ ନିର୍ମାଣ କାର୍ଯ୍ୟ କେବେ ହେବ ବୋଲି ପ୍ରଶ୍ନ ଉଠାଉଛନ୍ତି। ଜଣେ ବରିଷ୍ଠ ଆଇନଜୀବୀଙ୍କ ସୂଚନା ପ୍ରକାରେ ଯାହା ଜଣାପଡ଼ିଛି ୫୦ ହଜାର ଟଙ୍କାର ଭେଲୁଏସନ୍ ର ସମସ୍ତ କେସ ଏହି ସିଭିଲ କୋର୍ଟ ରେ ବିଚାର କରାଯିବ।

(JMFC) ଜୋଡ଼ି ସିଆଲ୍ ମାଜିଷ୍ଟେଟ ଫାଷ୍ଟକ୍ଲାସ୍ ଏହି ସମସ୍ତ କେସକୁ ବିଚାର କରିବେ। ତେଣୁ ଏହି ସିଭିଲ କୋର୍ଟ ସ୍ଥାପନ ଜରୁରୀ ନିଶ୍ଚିତ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥି ସହିତ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟରେ ଥିବା କୋର୍ଟ ଟିକିଏ ହାଲକା ହେଵ ବୋଲି ଅନୁମାନ ହେଉଛି। ଅନ୍ୟ ପକ୍ଷରେ ପ୍ରତି ବ୍ଲକ ଗୁଡ଼ିକରେ ଏହି ସିଭିଲ କୋର୍ଟ ସ୍ଥାପନ ହୋଇଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଅଦାଲତ ଓ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ଵାଗତ ଜଣାଉଛନ୍ତି। ହେଲେ କୋର୍ଟ ଗୃହ ନିର୍ମାଣ କାର୍ଯ୍ୟ କାହିଁକି ଅଟକିଛି ସେ ନେଇ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି। ତଥାପି ଏହି ଏହି କୋର୍ଟ ଗୃହ ନିର୍ମାଣ କାର୍ଯ୍ୟ ବିଳମ୍ବ ନକରି ଶୀଘ୍ର ଭଲ ହୁଅନ୍ତା ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।
