ଜଗନ୍ନାଥ ହେ ଗୋସାଇଁ”,

“ଜଗନ୍ନାଥ ହେ ଗୋସାଇଁ”

ରଜନୀକାନ୍ତ ରଥ,ରାଜନଗର, କେନ୍ଦ୍ରାପଡ଼ା।୯୪୩୮୫୮୧୫୭୮

ଜଗତର ନାଥ ଅହେ ଜଗନ୍ନାଥ
କି ଦେଇ ତୁମ୍ଭକୁଁ ପୂଜିବି ମୁହିଁ l
ରତ୍ନ ସିଂହାସନେ ବସି ଅଛ ତୁମ୍ଭେ
ସାଙ୍ଗରେ ଭାଇ ଓ ଭଉଣୀ ନେଇ ।
ତୁମ୍ଭ ପାଇଁ ଖଞ୍ଜା ଷାଠିଏ ପୋଉଟି
ମୋ ପାଖରେ କlଣି କୋଉଡି ନାହିଁ
ସେବାରେ ତୁମ୍ଭର ଛତିଶାନିଯୋଗ
ଖଟୁଛନ୍ତି ତୁମ୍ଭ ସେବାରେ ।
ମେଘନାଦ ପ୍ରାଚୀର ଘେରିଛି ତୁମ୍ଭକୁ
ସାଗର ଗର୍ଜନ ଶୁଭୁନି ଯମl।
ଚାରି ଦ୍ଵାର ତ ରହିଛି ତୁମ୍ଭର
ସିଂହ ଦ୍ୱାର ତୁମ୍ଭ ଯାତାୟତ ପଥ
ବାଇଶି ପାହାଚ ତା ମଧ୍ୟେ ଗଣା।
ବଡ଼ ଦେଉଳେ ତୁମ୍ଭେ ବସି ଅଛ
ଚକାନୟନ ରେ ଚାହିଁଛ ଭକ୍ତକୁଁ
ଚଉବାହା ଟେକି ଆଶିଷ ଦେଉଛ
ପତିତପାବନ ନେତ ଉଡ଼lଉଛ
ପତିତ ଜନକୁ ଉଦ୍ଧାର କରୁଛ
ହଟିଆ ଠାକୁର ହଟ ଭିଆଇଛ
ବlରମାସେ ତେର ଯାତରା କରୁଛ
ଦାସିଆ ହାତରୁ ନଡ଼ିଆ ନେଇଛ
ଭକତ ପାଇଁ ବାଟେ ଅଟକିଛ
ମୋପାଇଁ କିମ୍ପା ଉଦାସ ହଉଛ
ପାତର ଅନ୍ତର କିମ୍ପାଇଁ କରୁଛ
ତୁମ୍ଭରି ଚରଣେ ମାଗୁଛି ଶରଣ
ଏତିକି କାମନା ଆହେ ଦୟାମୟ।

ରଜନୀକାନ୍ତ ରଥ ରାଜନଗର

Leave a Reply

Your email address will not be published. Required fields are marked *