ଧର୍ମଶାଳା ମହୋତ୍ସବ
ଧର୍ମଶାଳା ମହୋତ୍ସବ ପଡିଆ ରେ ଆସନ୍ତା 28,09,2024 ରିଖ ଶନିବାର ଦିନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜନ କ୍ରମେ ଅନୁଷ୍ଠିତ ହେବ ବିଶାଳ ସ୍ୱାସ୍ଥ୍ୟ ଶିବିର ।ଏଥିରେ ବିଭିନ୍ନ ବିଭାଗ ର ଅଭିଜ୍ଞ ଡାକ୍ତର ମାନେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବେ ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଦଶହଜାର ରୁ ଉର୍ଦ୍ଧ ଲୋକ ଯୋଗଦେବା ନେଇ ଅନୁମାନ କରାଯାଉଛି ଏବଂ ରାଜ୍ୟ ନେତୃମଣ୍ଡଳୀ ର ବହୁ ନେତା ମାନେ ଏଥିରେ ଯୋଗ ଦେବାନେଇ ବିଧାୟକ ହିମାଂଶୁ ଶେଖର ସାହୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।
ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।
