ଜୁଲାଇ ୧୦ରେ ଭୁବନେଶ୍ୱରଠାରେ ଆୟୋଜିତ ହେବ ୧୯୮ତମ ରକ୍ଷା ପେନସନ ସମାଧାନ

ଜୁଲାଇ ୧୦ରେ ଭୁବନେଶ୍ୱରଠାରେ ଆୟୋଜିତ ହେବ ୧୯୮ତମ ରକ୍ଷା ପେନସନ ସମାଧାନ

ଭୁବନେଶ୍ବର : ପ୍ରଧାନ ପ୍ରତିରକ୍ଷା ଲେଖା ନିୟନ୍ତ୍ରକ (ପେନସନ୍), ପ୍ରୟାଗରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଛତିଶଗଡ଼ ମୁଖ୍ୟାଳୟ ଏବଂ ଓଡ଼ିଶା ସବ୍ ଏରିଆ ଏବଂ ଷ୍ଟେସନ୍ ମୁଖ୍ୟାଳୟ, ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ପ୍ରତିରକ୍ଷା ପେନସନଭୋଗୀ ଏବଂ ପ୍ରତିରକ୍ଷା ସିଭିଲିଆନଙ୍କ ମାନଙ୍କର ପେନସନ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବରରେ ୧୯୮ତମ ରକ୍ଷା ପେନସନ୍ ସମାଧାନ ଆୟୋଜନ (ଆରପିଏସଏ) ଅନୁଷ୍ଠିତ ହେଉଛି। ଏହା ୧୦ ଜୁଲାଇ, ୨୦୨୬ ସକାଳ ୦୮:୩୦ରୁ ପୂର୍ବତଟ ରେଳବାଇ ମୁଖ୍ୟାଳୟ, ରେଳ ସଦନ ଅଡିଟୋରିୟମ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ।
ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ପେନସନଭୋଗୀ / ବ୍ୟକ୍ତିବିଶେଷଙ୍କୁ ଉକ୍ତ ଆରପିଏସଏରେ ଯୋଗଦେବାକୁ ଅନୁରୋଧ କରାଯାଉଛି। ପେନସନଭୋଗୀମାନେ ନିଜ ନାମ, ରାଙ୍କ ଗ୍ରୁପ୍, ରେଜିମେଣ୍ଟାଲ୍ / ଆଇସି ନମ୍ବର, ପିପିଓ ନମ୍ବର, ବ୍ୟାଙ୍କ / ଟ୍ରେଜେରୀର ବିବରଣୀ, ୟୁନିଟ୍ / ରେକର୍ଡ ଅଫିସ ବା ହେଡ୍ ଅଫିସର ନାମ ଏବଂ ଠିକଣା, ନିର୍ଦ୍ଦିଷ୍ଟ ଅଭିଯୋଗ, ଚାକିରିରୁ ଅବସର ଗ୍ରହଣ କରିଥିବା ତାରିଖ ଏବଂ ମୋବାଇଲ୍ ନମ୍ବର, ଇ-ମେଲ୍ ଆଇଡି ଓ ପିନ୍ କୋଡ୍ ସହ ନିଜର ଠିକଣା ଉଲ୍ଲେଖ କରିବା ଆବଶ୍ୟକ। ସ୍ପର୍ଶ ପେନସନଭୋଗୀମାନଙ୍କୁ ସେମାନଙ୍କର ସ୍ପର୍ଶ ଆକାଉଣ୍ଟ ସହ ପଞ୍ଜିକୃତ ହୋଇଥିବା ମୋବାଇଲ୍ ଫୋନ୍ ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଉଛି।

Leave a Reply

Your email address will not be published. Required fields are marked *