ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ର ଏ.ଏନ. ଏମ. ଙ୍କୁ ମରଣାନ୍ତକ ଆକ୍ରମଣ ଥାନାରେ ଅଭିଯୋଗ
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲ ରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଅଛି l ଘରେ ପଶି ଏ.ଏନ.ଏମ ଙ୍କୁ.ମରଣାନ୍ତକ ଆକ୍ରମଣ l ବିଳମ୍ବିତ ରାତି ରେ ସଂଘବଦ୍ଧ ଭାବେ ଆକ୍ରମଣ l ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଟିକିଲି ରାଜପୁତ ଙ୍କୁ ବିଳମ୍ବିତ ରାତିରେ ଚାରିରୁ ଉର୍ଦ୍ଧ୍ବ ମହିଳା ଦଶରୁ ଉର୍ଦ୍ଧ୍ବ ପୁରୁଷ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ l ଏ. ଏନ. ଏମ ଙ୍କୁ ଘରୁ ଘୋଷାରି ଆଣି ରାସ୍ତା ମଝିରେ ନିର୍ଧୁମ ଭାବେ ମାର୍ପିଟ କରି ଥିଲେ l ଏ.ଏନ.ଏମ ଙ୍କ ମୁହଁ ଓ ଛାତି ମୁଣ୍ଡ ରେ ଆଘାତ ଲାଗିଛି l ଖବର ପାଇ ବାଲିଗୁଡା ଥାନା ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା କୁ ରେଫର କରିଥିବା ସୂଚନା ମିଳିଛି। ଏନେଇ ବାଲିଗୁଡା ଥାନା ରେ ମାମଲା ରୁଜୁ ହେବା ସହିତ ଥାନା ଭାରପ୍ରାପ୍ତ ଅଧିକାରୀ ତଦନ୍ତ ଚଳାଇଛନ୍ତି l
