ବିଦେଶୀ ମଦ ସହ କାର୍ ଜବତ,ଜଣେ ଗିରଫ

ଭଞ୍ଜନଗର,୨୮/୦୯ : ଚିକିଟି ମଦମୃତ୍ୟୁ ପରେ ସାରା ରାଜ୍ୟରେ ଚୋରା ମଦ କାରବାର ନେଇ ଧରପଗଡ଼ ଚାଲିଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଜୋରଦାର ହୋଇଛି। ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡା ଗ୍ରାମରେ ଚଢ଼ାଉ କରାଯାଇଛି। ଏହି ସମୟରେ ଏକ କାର୍ ସହ ୪୩ ଲିଟର ମଦ ଜବତ କରଛି ଅବକାରୀ ବିଭାଗ। ଏହି ଘଟଣାରେ ଅବକାରୀ ବିଭାଗ ସଞ୍ଜୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଜଗନ୍ନାଥପ୍ରସାଦ କୋର୍ଟ ଚାଲାଣ କରିଛି। ଚଢାଉରେ ଭଞ୍ଜନଗର ଅବକାରୀ ଥାନାଧିକାରୀ ଡମ୍ବରୁଧର ହରିଜନ,ଏସଆଇ ଅଲିଭା ମାଝି ଓ ମୋଜୀ ଶବର,ଏଏସଆଇ ନିରଞ୍ଜନ ବେହେରା,ଭୁବନି ବେହେରା,ରାମେଶ୍ୱର ବେହେରା ଙ୍କ ସମେତ କ୍ରିଷ୍ଣା ଚନ୍ଦ୍ର ସେଠି ଓ ଜଗନ୍ନାଥ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *