ପୁରୁଷୋତ୍ତମପୁର ରେ ବ୍ଳକସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୁଷୋତ୍ତମପୁର ରେ ବ୍ଳକସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ | ପୁରୁଷୋତ୍ତମପୁରବ୍ଲକ ପରିସରରେ ଥିବାକନଫରେନ୍ସ ବୈଠକହଲରେ ପୋଷଣମାହ କାର୍ଯ୍ୟକ୍ରମ ସମନ୍ବିତ ଶିଶୁ ବିକାଶ ଅଧିକାରୀଣୀ ଲଳିତା ମଲିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଈ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କିବେହେରା,ପୁରୁଷୋତ୍ତମ ପୁରବିଡ଼ିଓମନୋଜନାୟକ, ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଭାଟ କୁମରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ଦାଶ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସିମାଞ୍ଚଳ ରଥ,ମଞ୍ଚାସିନ ରହିଥିଲେ | ଉପସ୍ଥିତ ଅତିଥି ମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମାଆ ଓ ଶିଶୁମାନଙ୍କ ଉପକାରିତା ଉପରେ ଆଲୋଚନା କରି ଥିଲେଏହିପରିପେକ୍ଷୀରେଶିଶୁଙ୍କୁ ଅନ୍ନପ୍ରାଶନ କରାଇଥିବା ମାଆ, ଗର୍ଭବତୀ ମାଆ, ଶିଶୁକୁ ସୁସ୍ଥସବଳ କରାଇଥିବା ମାଆ,ଏବଂ ଗେହ୍ଲା ଝିଅ ମାନଙ୍କୁ ସମ୍ବନ୍ଧିତ କରା ଯାଇଥିଲା । ସେହିପରି ପୋଷଣ ପାଳନ ସମ୍ବନ୍ଧିତ ନଅ ଗୋଟିସେକ୍ଟରକୁ ଭଲ ପୋଷଣ କାର୍ଯ୍ୟକ୍ରମ କରି ଥିବାରୁ ସେହି ସେକ୍ଟର କୁ ମାନ ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା | ସେହିପରି ଭାଟ କୁମରଡ଼ା ସେକ୍ଟର ର ଶାଗୁଣା ପଲି ଅଙ୍ଗନ ୱାଡି କର୍ମୀ ମାଧଵୀ କୁମାରୀ ସାହୁ ଙ୍କୁ ଭଲ ଗୀତ ଗାଈଥିବାରୁ ତାଙ୍କୁମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା | 3ଜଣ ମାଆ ଙ୍କୁ ସେମାନଙ୍କ ସନ୍ତାନକୁ ସୁସ୍ଥ ଶବଳ କରିଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବାସହ ବକୃତା ରେ ଭାଗ ନେଇଥିବା ଅଙ୍ଗନ ୱାଡି ଙ୍କ ମଧ୍ୟରୁ 3ଜଣଙ୍କୁ ପୁରସ୍କୃତ କରାଯାଇ ଥିଲା | ବିପିସିସୁରେଶ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା | ତେବେ ସିଫ଼ିପିଓ ତାଙ୍କ ଭାଷଣ ରେ 7 ଗୋଟି ବିଷୟ ଉପରେ ଧ୍ୟାନ ରଖିବାଜୁ ଅଙ୍ଗନୱାଡି କର୍ମୀଓମାଆମାନ ଙ୍କୁ ଉପଦେଶଦେଇଥିଲେ | ସେଗୁଡିକହେଲା,କୁପୋଷଣ କୁ ଦୂର କରି ସମସ୍ତ ଶିଶୁଙ୍କୁ ସୁସ୍ଥ ରଖିବା | ଝିଅ ମାନଙ୍କୁ ଉପଯୁକ୍ତବୟସରେ ବାହା ଦେଇ ବାଲ୍ୟ ବିବାହ କୁ ଦୂର କରିବା | ଗର୍ଭବତୀ ମାଆ ମାନେ ଶିଶୁ ମାନଙ୍କୁ ଠିକ ଭାବେସ୍ଥାନ୍ୟପାନକରେଇବା | ନାବାଳିକା ଓ ବାଳକ ମାନଙ୍କୁ ଅଦ୍ଵିକା କାର୍ଯ୍ୟକ୍ରମ ରେ ସଚେତନତା କରାଇବା | ମାଆ ମାନେ ସେମାନଙ୍କ ଶିଶୁ ଙ୍କୁ ଭଲ ଖାଦ୍ୟ ଖୋଇସୁସ୍ଥ ରଖିବା ବାର୍ତ୍ତା ସହଅଙ୍ଗନଓ୍ବାଡ଼ି କର୍ମୀ ଙ୍କ ବକୃତା ଓ ପାଲା ଗାୟକ ମାନଙ୍କ ଦ୍ୱାରା ଗାଁ ମାନଙ୍କ ରେ ଏହି କାର୍ଯ୍ୟକ୍ରମ କୁ ପ୍ରଚାର କରିବା ଉପରେ ବାର୍ତ୍ତାଦେବାପାଇଁ କହିଥିଲେ | ତେବେ ଏହି କାର୍ଯ୍ୟକ୍ରମ ରେ ସମନ୍ୱିତ ଶିଶୁ ବିକାଶ ବିଭାଗ ର ସମସ୍ତ ଅଫିସ ପରିଦର୍ଶିକା ମାନଙ୍କ ସହିତ ଷ୍ଟାଫ ଓ ଅଙ୍ଗନ ୱାଡି କର୍ମୀମାନେ ଉପସ୍ଥିତରହିଏହା କୁ ସହଯୋଗ କରିଥିଲେ | ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।ରିପୋର୍ଟ :-ରଂଜିତ କୁମାର ପୋଲାଇ
