ଖୋଳଖାଳି ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ
**ଆସିକା:୧୯/୧୦/୨୦୨୪ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ଗ୍ରାମର ବାସିନ୍ଦା ଓ ଗ୍ରାମ୍ୟ କମିଟି ପକ୍ଷରୁ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଗ୍ରାମର ପୂଜା ମଣ୍ଡପ ଠାରେ ଧୂମଧାମରେ ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ବିଧିବଦ୍ଧ ଭାବେ ଷୋଡ଼ଶ ଉପଚାରରେ ମାଁ ଲକ୍ଷ୍ମୀଙ୍କ ପୂଜା କରାଯାଇଥିଲା। କର୍ତ୍ତା ଭାବେ ସମିତି ସଭ୍ୟ କାର୍ତ୍ତୀକ ସାହାଣୀ ଧର୍ମ ପତ୍ନୀ ସୁନିତା ସାହାଣୀ ମାଁ ଗଜଲକ୍ଷ୍ମୀଙ୍କ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ପୁରୋହିତ ଭାବେ ବନମାଳୀ ରଥ ଓ ଦୁର୍ଗା ପ୍ରସାଦ ରଥ ଯଥା ବିଧିବିଧାନ ସହ ମାଁ ଗଜଲକ୍ଷ୍ମୀଙ୍କ ପୂଜା କାର୍ଯ୍ୟ ସମାପନ କରିଥିଲେ। କୁମାର ପୂର୍ଣିମା ଠାରୁ ଆଠଦିନ ଧରି ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆରମ୍ଭ ହୋଇ ଥିବାବେଳେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରହିଛି, ବିଶିଷ୍ଟ ମେଲୋଡି ପାର୍ଟି ନୃତ୍ୟାୟନ ଅନୁଷ୍ଠାନ ଭଞ୍ଜନଗର ବାଁଶଲୁଣ୍ଡିରୁ ଏବଂ ରାମଲୀଳା ନାଟକ ପରିବେଷଣ ସାଙ୍ଗକୁ ଗ୍ରାମରେ ନାମ ସଂକୀର୍ତ୍ତନ ଘଣ୍ଟ ମୃଦଙ୍ଗ, ଶଙ୍ଖ, ହୁଳହୁଳୀରେ ପୁରି ଉଠୁଛି। ଏହା ସହିତ କଳା ଠାକୁରଙ୍କ ସହ ମାଁ ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜାମଣ୍ଡପରେ ଶୋଭା ପାଉଛନ୍ତି। ଭୋଜି ଭାତ, ଖିରି ଓ ମିଠା ପ୍ରତ୍ୟେକ ଦିନ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଉଛି । ମାଁ ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଭକ୍ତ ସମାଗମ ହେବାର ଦେଖିବାକୁ ମିଳିଛି।
