ଭଦ୍ରକ ଝିଅ ଓଏଏସ୍ ଟପ୍ପର
ଆଜି ପ୍ରକାଶ ପାଇଛି ୨୦୨୨ର ଓଡ଼ିଶା ପ୍ରଶାସନିକ ପରୀକ୍ଷା ଫଳାଫଳ।ଏଥିରେ ଭଦ୍ରକ ଜିଲ୍ଲାର ଝିଅ ଟପ୍ପର ହେଛନ୍ତି।ତାଙ୍କ ନାଁ ଶ୍ୱେତାଶ୍ରୀ ମହାପାତ୍ର। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ଲୁଙ୍ଗା ଗ୍ରାମପଞ୍ଚାୟତରେ ଶ୍ବେତାଶ୍ରୀ ମହାପାତ୍ରଙ୍କ ଘର।ତେବେ ସେ ଭଦ୍ରକ ସହରର ଅପର୍ତ୍ତିବିନ୍ଧାରେ ରହନ୍ତି।ବାପା ତାଙ୍କର ଅବସରପ୍ରାପ୍ତ ଶିକ୍ଷକ ଓ ମା’ ଶିକ୍ଷୟିତ୍ରୀ।ଇଂଜିନିୟରିଂ ଚାକିରି ଛାଡି ଓଏସ୍ ପାଇଁ ପ୍ରସ୍ତୁତ ହେଉଥିଲେ।ପ୍ରଥମ ପ୍ରୟାସରେ ସେ ସଫଳତା ଲାଭ କରିଛନ୍ତି।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ
