ଉଦଳା ଓକିଲ ସଙ୍ଘ ପକ୍ଷ ରୁ ମଧୁବାବୁ ଜୟନ୍ତୀ ପାଳିତ l

ଉଦଳା ତା ୨୯/୪ ଉତ୍କଳ ଗୌରବ ମଧୁ ସୁଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ଉଦଳା ଓକିଲ ସଙ୍ଘ ଆନୁକୂଲ୍ୟରେ ଓକିଲ ସଂଘର ସଭାପତି ଲମ୍ବୋଦର ବେହେରା ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି l ମଧୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ଓକିଲ ସଙ୍ଘ ର ସମ୍ପାଦକ ବସନ୍ତ କୁମାର ପରିଡା, ଏନ. ଏ. ସି ଅଧକ୍ଷା ପ୍ରମିଳା ପଣ୍ଡା , ସମେତ ବହୁ ଆଇନ ଜିବି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଭାସ୍କର ମଢେଇ ଉତ୍କଳ ଗୌରବ ମଧୁ ବାବୁ ସ୍ୱତନ୍ତ୍ର ଓଡିଶା ଗଠନ ର ପୁରୋଧା, ତାଙ୍କ ଆଦର୍ଶ, କାର୍ଯ୍ୟାବଳୀ, ଓ ସ୍ୱାଭିମାନ ଆଜିର ଦିନରେ ପାଥେୟ l ବିଶେଷକରି ସମାଜ ପ୍ରତି ଥିବା ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l ଏନ. ଏ. ସି ଅଧକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡା ଓଡିଶା ର ସର୍ବପ୍ରଥମେ ରାଜନୈତିକପୁରୁଷ , ଶ୍ରେଷ୍ଠମାନ୍ତ୍ରିକ, ନବ ଓଡିଶା ର ନିର୍ମାତା ର ସୁଦକ୍ଷ ବିନ୍ଧାଣି ଯିଏକି ଓଡ଼ିଆ ଜାତି କୁ ଉଦ୍ଧାର କରି ସ୍ୱାଭିମାନ କୁ ଆଲୋକ ମୟ କରିଥିଲେ ସେବିଷୟ ରେ ଏକ ସୁନ୍ଦର ସ୍ମୃତି ଚରଣ କରିଥିଲେ l

ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡା ମଧୁ ବାବୁଙ୍କ ଦୂର ଦର୍ଶିତା, ଓଡିଶା ର ସ୍ୱାଭିମାନ ଲାଗି ତାଙ୍କର ଜୀବନ ବ୍ୟାପି ସଂଗ୍ରାମ ବିଷୟ ଆଲୋଚନା କରି କହିଥିଲେକି ଉତ୍କଳ ଗୌରବ ମଧୁ ବାବୁ ପ୍ରତେକ ଓଡ଼ିଆ ମାନଙ୍କ ମଧ୍ୟରେ ଚିର ସ୍ମରଣୀୟ, ଚିର ବନ୍ଦନୀୟ ରହିବେ ଏହା ଧ୍ରୁବ ସତ୍ୟ l ସେହି ପରି ନାରୀଶିକ୍ଷା ପ୍ରଚଳନ, ଶିଳ୍ପ ର ବିକାଶ ଲାଗି ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ଫଳବତୀ ହୋଇଛି ଏଥି ଲାଗି ଓଡ଼ିଆଙ୍କ ଜନ ମାନସ ରେ ଚିର ଭାସ୍ଵର ହୋଇ ରହିବେ ଏଥିରେ ସନ୍ଦେହରେ ଅବକାଶ ନାହିଂ l ପୁଣ୍ୟ ମଧୁବାବୁ ଙ୍କ ଏହି ଜନ୍ମ ଜୟନ୍ତୀ ପାଳନ ଅବସରରେ ରେ ଉଦଳା ବାର ସଙ୍ଘ ତରଫରୁ ବରିଷ୍ଠ ଆଇନ ଜିବି ଉଦ୍ଧବ ଚନ୍ଦ୍ର ବାରିକ ଓ ଫଲ୍ଗୁନୀ ମହାନ୍ତି ଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା l ସହ ସମ୍ପାଦକ ଅଧିବକ୍ତା ତଥା ଓକିଲ ସଂଘର ସହ ସମ୍ପାଦକ ରବୀନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *