ବିଦ୍ୟୁତ ତାର ସ୍ପର୍ଶରେ ଆସି ଜଣେ ଯୁବକ ମୃତ

ବିଦ୍ୟୁତ ତାର ସ୍ପର୍ଶରେ ଆସି ଜଣେ ଯୁବକ ମୃତ। ଆସିକା ୨୦/୦୯/୨୦୨୪ହିଞ୍ଜିଳି ବ୍ଲକ ଅନ୍ତର୍ଗତ ନିମିଗାଁ ରେ ଆଜି ୧୯/୦୯/୨୦୨୪ ଗୁରୁବାର ସକାଳ ପ୍ରାୟ ୯.୩୦ ମିନିଟ୍ ସମୟରେ ଜଣେ ଯୁବକଙ୍କ ବିଦ୍ୟୁତ ତାର ସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ଯାହା କୁ ନେଇ ସ୍ଥାନୀୟ ଲୋକଙ୍କ ଭିତ ରେଉତ୍ତେଜନା ଲାଗିରହିବା ସହିତ ଅନେକ ସମୟ ଧରି ହିଞ୍ଜିଳିକାଟୁ ଇସ୍ଥିତ ଟାଟା ପାୱାର ଅଫିସକୁ ଘେରାଉ କରିଥିଲେ । ବାରମ୍ବାର ଏଭଳି ଘଟଣା ଘଟିଥିବାରୁ ଆଜି ଜନତା ଙ୍କ ଭିତରେଏହାକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଥିଲା । ତେବେ ମୃତକ ଜଣକ ହେଲେ ନିମିଗାଁ ଗ୍ରାମଦେବତୀ ସାହିର ବିଶିକେଶନ୍ ଗୌଡ଼,ପିତା ଶଙ୍କର ଗୌଡ଼ , ବୟସ ୨୧ ବର୍ଷ । ଖବର ଅନୁସାରେ ବିଶିକେଶନ ଗୌଡ଼ ସକାଳ ସମୟରେ ନିଜ ଖେତରେ ସାର ପକାଇବାକୁ ଯାଉଥିବାବେଳେ ନିଜ ଖେତରେ ପଡିରହିଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ପହଞ୍ଚି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ MKCG ମେଡିକାଲ କୁ ପଠାଯାଇଥିଲା । ଏଭଳି ଘଟଣା କୁ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥାନୀୟ ଲୋକେ ଆଜି ଟାଟା ପାୱାର ହିଞ୍ଜିଳିକାଟୁ ଅଫିସ ରେ ଅନେକ ସମୟ ଧରି ଟାଟା ପାୱାର ଅଫିସ୍ କୁ ଘେରାଉ କରିଥଲେ। ଏଭଳି ବାରମ୍ବାର ଘଟଣା ଘଟିଥିବାରୁ ଅନେକ ସମୟରେ ଅନେକ ଲୋକ ଜୀବନ ଚାଲିଯାଉଥିବା ବେଲେ ଟାଟା ପାୱାର ଏହାକୁ ଗୁରୁତ୍ଵ ଦେଇନଥିବାରୁ ଆଜି ପୁଣି ଆଉ ଏକ ଯୁବକ ଜୀବନ ଚାଲିଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମ ବାସି ଏହା ସହ ଏହି ଘଟଣାର ତଦନ୍ତ ଶୀଘ୍ର ଆରମ୍ଭ କରାଯାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି ଦାବି କରିଥିଲେ । ଟାଟା ପାୱାର ମନମୁଖି ଶାସନ ଚାଲିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ନତେବେ ଜନତା ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି। ସରକାରଙ୍କ ପାଖରେ ଅନୁରୋଧ । ଟାଟା ପାୱାର ଅଧିକାରି ସେମାନଙ୍କ ର ସମସ୍ତ ପ୍ରକାର ଦାବିକୁ ପୁରାଣ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଖୁବ ଶୀଘ୍ର କାର୍ଯାନୁଷ୍ଠାନ ନିଆଯିବ ବୋଲି ଆସଶ୍ବନା ଦେଇଥିଲେ । ହିଞ୍ଜିଳିକାଟୁ ବ୍ଲକ୍ ସରପଞ୍ଚ ସଂଘ ଓ ଗ୍ରାମବାସୀ କ୍ଷୁବ୍ଧ ଶିଘ୍ର କ୍ଷତିପୂରଣ ନ ମିଳିଲେ , ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବେ।

Leave a Reply

Your email address will not be published. Required fields are marked *