ମାଲକାନଗିରି ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷା ଫଳ!
ଚଳିତ ଶିକ୍ଷା ବର୍ଷ ୨୦୨୬ ର ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାଫଳରେ ମାଲକାନଗିରି ଜିଲ୍ଲା ଅଭୂତପୂର୍ବ ସଫଳତା ହାସଲ କରିଥିବା କଥା ଜିଲ୍ଲାପ୍ରଶାସନ ତଥା ଜିଲ୍ଲା ବାସୀଙ୍କମନରେ ଅପାର ଆନନ୍ଦ ସୃଷ୍ଟି କରିପାରିଛି। ସମଗ୍ର ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାସ ହାର ଠାରୁ ଏହି ଜିଲ୍ଲାରପାସ୍ ହାର ଅଧିକ ରହିଥିଲାବେଳେ,ଦକ୍ଷିଣ ଓଡ଼ିଶାର ୪ ଟି ଜିଲ୍ଲା ମଧ୍ୟରେ ମଧ୍ୟ ଅଧିକ ସଂଖ୍ୟକ (୨୨ ଜଣ) ଛାତ୍ରଛାତ୍ରୀ A ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି। ବାଲିମେଳା ସ୍ଥିତ ପି. ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସର୍ବମୋଟ ୫୬୫(୯୪.୧୬%) ନମର ରଖି ଜିଲ୍ଲାର ‘ଟପ୍ପର ‘ ହେବାର କୃତିତ୍ବ ହାସଲ କରିଛନ୍ତି।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିନିମନ୍ତେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନ ପାଇଁ ଏହା ବେଶପ୍ରେରଣା ପ୍ରଦ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁକୃତି ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କର ପିତାମାତା ତଥା ଅନୁଷ୍ଠାନରପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁଖୁବ୍ ଶୀଘ୍ର ଏଥିନିମନ୍ତେ ସମ୍ମାନୀତ ଓ ସମ୍ୱର୍ଦ୍ଧିତ କରାଯାଇ ଗୋଟିଏ ନିଆରା ପରମ୍ପରା ସୃଷ୍ଟି କରାଯିବ ବୋଲିଜଣାପଡିଛି।
