ମାର୍ଚ୍ଚ ୧୦ ରୁ ଆରମ୍ଭ ମାଟ୍ରିକ ପରୀକ୍ଷା

ଚଳିତ ବର୍ଷ ମାଟ୍ରିକ୍‌‌ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୦ ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲୁ ରହିବ। ଏନେଇ ଗୁରୁବାର ବୋର୍ଡ ସଭାପତି ରାମାଶିଷ ହାଜରା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୧୦ ରୁ ୧୭ ପର୍ଯ୍ୟନ୍ତ କରାଯିବ। ୧୦ ରୁ ୧୭ ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍‌‌-୨ ପରୀକ୍ଷା, ସମ୍ମେଟିଭ୍‌‌-୧ ପ୍ୟାଟର୍ଣ୍ଣ ଭଳି ସମ୍ମେଟିଭ୍‌‌-୨ ପରୀକ୍ଷା ହେବ। ପ୍ରାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ। ପରୀକ୍ଷା ଓ ନୋଡାଲ କେନ୍ଦ୍ରରେ କୌଣସି ପରିବର୍ତ୍ତନ ହେବ ନାହିଁ। ୩୦୨୭ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସମ୍ମେଟିଭ୍‌‌ -୧ ବେଳେ ଥିବା ପରୀକ୍ଷା କେନ୍ଦ୍ର ବଦଳିବ ନାହିଁ।ଯେଉଁ ଛାତ୍ରଛାତ୍ରୀ ଯେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ସେଇଠି ଦେବେ। ଏହାସହ ରେଗୁଲାର ଓ ଏକ୍ସ-ରେଗୁଲାରଙ୍କ ପାଇଁ ସମାନ ପ୍ରଶ୍ନପତ୍ର ରହିବ। ଏହାସହ ଖୁବଶୀଘ୍ର ଫର୍ମ ପୂରଣ ତାରିଖ ଘୋଷଣା ହେବ। ମଧ୍ୟମା ଓ ଷ୍ଟେଟ୍‌‌ ଓପନ ସ୍କୁଲ ପରୀକ୍ଷା ମଧ୍ୟ ମାର୍ଚ୍ଚ ୧୦ରୁ୧୭ ଯାଏଁ ପରୀକ୍ଷା। ଶତ ପ୍ରତିଶତ ସିଲାବସ୍‌‌ରେ ହେବ।
ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି। ଫେବ୍ରୁଆରୀ ୨୦ ରୁ ୨୫ ପର୍ଯ୍ୟନ୍ତ ହେବ ନବମ ଶ୍ରେଣୀ ପରୀକ୍ଷା। ଫେବ୍ରୁଆରୀ ୨୨ ରୁ ୨୮ ପର୍ଯ୍ୟନ୍ତ ନବମ ପରୀକ୍ଷା ମୂଲ୍ୟାୟନ ହେବ।

Leave a Reply

Your email address will not be published. Required fields are marked *