ମାଲକାନଗିରିରେ ସରକାରୀ ଟଙ୍କାର ଅପଚୟ !

ମାଲକାନଗିରିରେ ସରକାରୀ ଟଙ୍କାର ଅପଚୟ ! ପୌର ଅଫିସ ସାମ୍ନାରେ ଅଚଳ ଶୌଚାଳୟ*ମାଲକାନଗିରି, 19/10 (ତୀର୍ଥକ୍ଷେତ୍ର )ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପୌରପରିଷଦ ତରଫରୁ ନିର୍ମିତ ଏକ ଶୌଚାଳୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୌରପରିଷଦ ଅଫିସ ପାଖ ମାର୍କେଟ ଏବଂ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି ଶୌଚାଳୟ କରାଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ବ୍ୟବହାରରେ ଆସୁନାହିଁ।ଫଟୋରେ ଦେଖିବାକୁ ମିଳୁଛି ଶୌଚାଳୟର କାନ୍ଥ ଶେବଳା ଧରି ଭୁଶୁଡି ପଡୁଛି, ଭିତରେ ଅନା ବନ ଗଜା ହୋଇଛି। ଦୁର୍ଗନ୍ଧ ଓ ଅପରିଷ୍କାର ଯୋଗୁଁ କେହି ବ୍ୟବହାର କରିପାରୁନାହାନ୍ତି। ଅଫିସ ସାମ୍ନାରେ ରହିଛି, ହେଲେ ପୌର କର୍ତ୍ତୃପକ୍ଷଙ୍କ ନଜର ପଡୁନାହିଁ। ଜାଣି ଶୁଣି ଚୁପ୍ ରହୁଛନ୍ତି କି ବୋଲି ପ୍ରଶ୍ନ ଉଠିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, “ଏହି ଶୌଚାଳୟ କାହା ସ୍ୱାର୍ଥରେ କରାଯାଇଛି? ସରକାରଙ୍କ ଟଙ୍କାକୁ କାହିଁକି ବେନିୟମ ଭାବେ ଖର୍ଚ୍ଚ କରାଯାଉଛି? ସ୍ୱଚ୍ଛ ଭାରତ ମିଶନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଶୌଚାଳୟ ନିର୍ମାଣ ହେଲା, ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଅଚଳ।ରାଜପଥ କଡ଼ରେ ଯାଉଥିବା ଯାତ୍ରୀ, ମାର୍କେଟକୁ ଆସୁଥିବା ଲୋକେ ଓ ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ମାଲ୍ ଦରିଆ ମେଁ ଡାଲ୍ ଭଳି ମନୋଭାବରେ କାମ ହେଉଛି ବୋଲି ଜିଲ୍ଲା ମହଲରେ ଚର୍ଚା ଜୋର ଧରିଛି।ତୁରନ୍ତ ଏହି ଶୌଚାଳୟକୁ ମରାମତି କରି ବ୍ୟବହାର ଯୋଗ୍ୟ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *