ମାତୃଛାୟା ଆଶ୍ରମରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମାତୃଛାୟା ଆଶ୍ରମରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଭାଇଜିଉଁନ୍ତିଆରେ ଭାଇ ହେଲେ ଡାକ୍ତର ମେଘନାଦ ମେହେର।ମାତୃଛାୟା ଆଶ୍ରମରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଭାଇଜିଉଁନ୍ତିଆରେ ଭାଇ ହେଲେ ଡାକ୍ତର ମେଘନାଦ ମେହେର।ବରଗଡ ଜିଲ୍ଲା ପ୍ରତିନିଧି ତିର୍ଥ କ୍ଷେତ୍ରରିପୋର୍ଟ ବରଗଡ଼ : ସେବା ହିଁ ପରମ ଧର୍ମ। ଭାଇଜିଉଁନ୍ତିଆ ଭଳି ଏକ ପବିତ୍ର ଅବସରରେ ସ୍ୱାସ୍ଥ୍ୟସେବା ଓ ମାନବିକତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଡାକ୍ତର ମେଘନାଦ ମେହେର। ଶ୍ରୀଗିଡ଼ାସ୍ଥିତ ଶାନ୍ତି ତପୋବନ ମାତୃଛାୟା ବାନପ୍ରସ୍ଥ ଆଶ୍ରମରେ ଆୟୋଜନ କରିଥିଲେ ଏକ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର। କେବଳ ସ୍ୱାସ୍ଥ୍ୟ ପରୀକ୍ଷା ନୁହେଁ, ଆଶ୍ରମ ଅନ୍ତେବାସୀଙ୍କ ସହ ଭାଇଜିଉଁନ୍ତିଆ ପର୍ବ ପାଳନ କରି ସେ ସୃଷ୍ଟି କରିଛନ୍ତି ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ। ଶ୍ରୀଗିଡ଼ାସ୍ଥିତ ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ବାନପ୍ରସ୍ଥ ଆଶ୍ରମରେ ଡାକ୍ତର ମେଘନାଦ ମେହେରଙ୍କ ନିଜସ୍ୱ ଉଦ୍ୟମରେ ଆୟୋଜିତ ହୋଇଥିଲା ଏହି ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର। ଏହି ଶିବିରରେ ସେ ଆଶ୍ରମର ସମସ୍ତ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦେଇଥିଲେ | ଡାକ୍ତର ମେଘନାଦ ମେହେର ଭୁବନେଶ୍ୱରସ୍ଥିତ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲର ମେଡିସିନ୍ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଏବଂ ଆସ୍ୟୁର୍ ସୁଗାର୍ କ୍ଲିନିକ୍‌ର ମୁଖ୍ୟ ମଧୁମେହ ବିଶେଷଜ୍ଞ ଭାବରେ କାର୍ଯ୍ୟରତ। ତେବେ ଏହି କାର୍ଯ୍ୟକ୍ରମର ସବୁଠାରୁ ଭାବପ୍ରବଣ ଦୃଶ୍ୟ ଥିଲା ଭାଇଜିଉଁନ୍ତିଆ ପର୍ବ। ଡାକ୍ତର ମେହେରଙ୍କୁ ନିଜ ଭାଇ ଭାବରେ ପାଇ ଆଶ୍ରମର ଅନ୍ତେବାସୀମାନେ ଖୁସିରେ ଆତ୍ମ ବିଭୋର ହୋଇପଡ଼ିଥିଲେ। ସେମାନେ ତାଙ୍କୁ ଭାଇ କରି ସାମୂହିକ ଭାବେ ଜିଉଁନ୍ତିଆ ବାନ୍ଧିଥିଲେ।

ଏହି ଦୃଶ୍ୟ ସମ୍ପର୍କରେ ସ୍ନେହ, ଆତ୍ମୀୟତା ଓ ଭାଇଚାରାର ଏକ ସୁନ୍ଦର ବାର୍ତ୍ତା ଦେଇଥିଲା।ଏହା ସହିତ ଡାକ୍ତର ମେହେର ଆଶ୍ରମ ଅନ୍ତେବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରିଥିଲେ। ତାଙ୍କର ଏହି ପଦକ୍ଷେପ ସ୍ୱାସ୍ଥ୍ୟସେବା ସହ ମାନବିକତା ଓ ସମାଜ ପ୍ରତି ଦାୟିତ୍ୱବୋଧର ଏକ ଉଦାହରଣ ପାଲଟିଛି। ନିଜ ବୃତ୍ତିକୁ ସେବା ସହ ଯୋଡ଼ି ଆଶ୍ରମ ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବାର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।ବରଗଡ଼ : ସେବା ହିଁ ପରମ ଧର୍ମ। ଭାଇଜିଉଁନ୍ତିଆ ଭଳି ଏକ ପବିତ୍ର ଅବସରରେ ସ୍ୱାସ୍ଥ୍ୟସେବା ଓ ମାନବିକତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଡାକ୍ତର ମେଘନାଦ ମେହେର। ଶ୍ରୀଗିଡ଼ାସ୍ଥିତ ଶାନ୍ତି ତପୋବନ ମାତୃଛାୟା ବାନପ୍ରସ୍ଥ ଆଶ୍ରମରେ ଆୟୋଜନ କରିଥିଲେ ଏକ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର। କେବଳ ସ୍ୱାସ୍ଥ୍ୟ ପରୀକ୍ଷା ନୁହେଁ, ଆଶ୍ରମ ଅନ୍ତେବାସୀଙ୍କ ସହ ଭାଇଜିଉଁନ୍ତିଆ ପର୍ବ ପାଳନ କରି ସେ ସୃଷ୍ଟି କରିଛନ୍ତି ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ। ଶ୍ରୀଗିଡ଼ାସ୍ଥିତ ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ବାନପ୍ରସ୍ଥ ଆଶ୍ରମରେ ଡାକ୍ତର ମେଘନାଦ ମେହେରଙ୍କ ନିଜସ୍ୱ ଉଦ୍ୟମରେ ଆୟୋଜିତ ହୋଇଥିଲା ଏହି ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର। ଏହି ଶିବିରରେ ସେ ଆଶ୍ରମର ସମସ୍ତ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦେଇଥିଲେ | ଡାକ୍ତର ମେଘନାଦ ମେହେର ଭୁବନେଶ୍ୱରସ୍ଥିତ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲର ମେଡିସିନ୍ ବିଭାଗର ସହଯୋଗୀ ପ୍ରାଧ୍ୟାପକ ଏବଂ ଆସ୍ୟୁର୍ ସୁଗାର୍ କ୍ଲିନିକ୍‌ର ମୁଖ୍ୟ ମଧୁମେହ ବିଶେଷଜ୍ଞ ଭାବରେ କାର୍ଯ୍ୟରତ। ତେବେ ଏହି କାର୍ଯ୍ୟକ୍ରମର ସବୁଠାରୁ ଭାବପ୍ରବଣ ଦୃଶ୍ୟ ଥିଲା ଭାଇଜିଉଁନ୍ତିଆ ପର୍ବ। ଡାକ୍ତର ମେହେରଙ୍କୁ ନିଜ ଭାଇ ଭାବରେ ପାଇ ଆଶ୍ରମର ଅନ୍ତେବାସୀମାନେ ଖୁସିରେ ଆତ୍ମ ବିଭୋର ହୋଇପଡ଼ିଥିଲେ। ସେମାନେ ତାଙ୍କୁ ଭାଇ କରି ସାମୂହିକ ଭାବେ ଜିଉଁନ୍ତିଆ ବାନ୍ଧିଥିଲେ। ଏହି ଦୃଶ୍ୟ ସମ୍ପର୍କରେ ସ୍ନେହ, ଆତ୍ମୀୟତା ଓ ଭାଇଚାରାର ଏକ ସୁନ୍ଦର ବାର୍ତ୍ତା ଦେଇଥିଲା।ଏହା ସହିତ ଡାକ୍ତର ମେହେର ଆଶ୍ରମ ଅନ୍ତେବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରିଥିଲେ। ତାଙ୍କର ଏହି ପଦକ୍ଷେପ ସ୍ୱାସ୍ଥ୍ୟସେବା ସହ ମାନବିକତା ଓ ସମାଜ ପ୍ରତି ଦାୟିତ୍ୱବୋଧର ଏକ ଉଦାହରଣ ପାଲଟିଛି। ନିଜ ବୃତ୍ତିକୁ ସେବା ସହ ଯୋଡ଼ି ଆଶ୍ରମ ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବାର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।

Leave a Reply

Your email address will not be published. Required fields are marked *