ବିଜୟ ଉତ୍ସବରେ ଯୋଗ ଦେବାକୁ ଧୋନୀଙ୍କୁ ନିମନ୍ତ୍ରଣ କଲେ ଏନ୍‌.ଶ୍ରୀନିବାସନ୍‌

ଚେନ୍ନାଇ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ ସଂସ୍କରଣର ରୋମାଞ୍ଚକ ମେଗା ଫାଇନାଲରେ ବିଜୟ ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହି ବିଜୟ ସହ ଚେନ୍ନାଇ ପଞ୍ଚମ ଥର ପାଇଁ ଆଇପିଏଲ୍‌ ଟ୍ରଫି ଜିତିଛି। ଚେନ୍ନାଇର ଟାଇଟଲ ହାସଲ ପରେ ସିଏସ୍‌କେ ମାଲିକ ତଥା ଇଣ୍ଡିଆ ସିମେଣ୍ଟ ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଏନ୍‌.ଶ୍ରୀନିବାସନ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ଧୋନିଙ୍କୁ ପ୍ରଶଂସା କରି ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା କହିଛନ୍ତି। ଦଳ ଓ ଖେଳାଳିଙ୍କ ପାଇଁ ଗର୍ବିତ ବୋଲି ଶ୍ରୀନିବାସନ କହିଛନ୍ତି। ଦୀର୍ଘ ଦିନର ଖେଳ ପରେ ବିଶ୍ରାମ ନେଇ ଦଳର ଖେଳାଳିଙ୍କ ସହିତ ଚେନ୍ନାଇରେ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶ୍ରୀନିବାସନ ଧୋନିଙ୍କୁ ନିମନ୍ତ୍ରଣ କରିଛନ୍ତି। ଏପରିକି ଚେନ୍ନାଇର ପ୍ରଶସଂକଙ୍କୁ ମଧ୍ୟ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *