ଦୀପାବଳି ପୂର୍ବରୁ ନାଲିଟୋପା ପୁଣି ଜେଲ ଗଲା**
ଦୀପାବଳି ପୂର୍ବରୁ ନାଲିଟୋପା ପୁଣି ଜେଲ ଗଲା* : ଆକ୍ରମଣ ଏବଂ ମୋବାଇ ଫୋନ୍ ଲୋଟ ମାମଲାରେ ୩ ଅଭିଯୁକ୍ତ ଗିରଫ*ପୁରୀ ଟାଉନ ଥାନା ପୋଲିସ ପକ୍ଷରୁ ୨ ଭିନ୍ନ ଭିନ୍ନ ଫୌଜଦାରୀ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ଆପତ୍ତି ଜନକ ସାମଗ୍ରୀ ଓ ମୋବାଇଲ ଫୋନ୍ ଜବତ କରାଯାଇଛି ।*୧. ଡାଇମଣ୍ଡ ଷ୍ଟାର ଗେଷ୍ଟ ହାଉସ୍ ମାଲିକର ଆକ୍ରମଣରେ ବସନ୍ତ ବାରିକର ମୁହଁ ଫାଟିବା ମାମଲା:*(କେସ ନମ୍ବର -୭୫୩/୨୦୨୬)ଗତ ତା.୪.୧୧.୨୬ରିଖ ଦିନ ୨ ଘଟିକା ବେଳେ କାକୁଡ଼ିଖାଇ ଛକ ନିକଟରେ ଥିବା ଡାଇମଣ୍ଡ ଗେଷ୍ଟ ହାଉସ୍ ର ମାଲିକ ପୁପୁନ୍ ପତ୍ରି (୨୯), ସ୍ଵର୍ଗତ ଗୋପିନାଥ ପତ୍ରି କାଳୀକାଦେବୀ ସାହି ର ବସନ୍ତ ବାରିକ କୁ ସାମାନ୍ୟ ବଚସା ରୂ ମରଣାନ୍ତକ ଆକ୍ରମଣ କରିଥିଲା । ଯାହା ଫଳରେ ବସନ୍ତ ବାରିକର ମୁହଁ ହାଡ଼ ଫାଟି ଯାଇଥିଲା । ସେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟ ରେ ପୁରୀ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଟାଉନଥାନା ପୋଲିସ ଆଜି ସକାଳେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲ।।

୨. ଦୋଳମଣ୍ଡପ ସାହିରେ ମହିଳା ଯାତ୍ରୀଙ୍କ ଠାରୁ ମୋବାଇଲ ଫୋନ୍ ଲୋଟ ମାମଲା:* ( କେସ୍ ନମ୍ବର -୭୫୫/୨୬)ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦୋଳମଣ୍ଡପ ସାହି ରାସ୍ତା ରେ କଟକର ଜଣେ ମହିଳା ଯାତ୍ରୀ ମୋବାଇଲ ରେ କଥା ହୋଇ ଯାଉଥିବା ବେଳେ, ନାଲିଟୋପା ଏବଂ ତାର ଜଣେ ସହଯୋଗୀ ସୂରେଶ ବାରିକ ଉକ୍ତ ମହିଳା ଯାତ୍ରୀଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ । ଉକ୍ତ ମହିଳା ଯାତ୍ରୀଙ୍କ ଅଭିଯୋଗ କ୍ରମେ ଉଭୟ ଅଭିଯୁକ୍ତଙ୍କୁ ଟାଉନଥାନା ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ମଧ୍ୟ ଚୋରି ମୋବାଇଲ ଫୋନ୍ ଜବତ୍ କରାଯାଇଛି। ଜବତ୍ ଫୋନ୍ କୁ ଉକ୍ତ ମହିଳା ଯାତ୍ରୀଙ୍କୁ ଫେରାଇ ଦିଆଯାଇଛି।ଅଭିଯୁକ୍ତ ଦୁଇଜଣ ହେଲେ ୧) ନାଲିଟୋପା @ ଓମ୍ କାହାଳ(୧୯), ପି- ସ୍ଵର୍ଗତ ବିଦ୍ୟାଧର କାହାଳ, ଡେଙ୍ଗା, ଆମ୍ବପଡା, ଥାନା -ସଦର, ପୁରୀ।୨) ସୁରେଶ ବାରିକ (୨୪), ପି- ରଘୁନାଥ ବାରିକ, ରୁଆ, ଥାନା -ଚନ୍ଦନପୁର, ପୁରୀ ।ସମସ୍ତ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ସେମାନେଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି ।
