ଜାତୀୟ ସେବା ଯୋଜନା ଦିବସ ୨୦୨୪

ଜାତୀୟ ସେବା ଯୋଜନା ଦିବସ ୨୦୨୪; ଋଷିକୂଲ୍ୟା ସ୍ୱତକ ମହାବିଦ୍ୟାଳୟ ର ଅଧ୍ୟାପକ ଡ. ହୃଷୀକେଶ ମିଶ୍ର ପୁରସ୍କୃତ ।ସୋରଡା ():- ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍ଏନ୍ଏସ୍) ବ୍ୟୁରୋ ପକ୍ଷରୁ ଜାତୀୟ ସେବା ଯୋଜନାର ୫୫ ତମ ପ୍ରତିଷ୍ଠା ଦିବସ ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। କୁଳସଚିବ ସଚିଦାନନ୍ଦ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ସ୍ନାତକ ମହାବିଦ୍ୟାଳୟର ୨୧ ଜଣ ସ୍ବେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ୨୦୨୩-୨୪ ବର୍ଷ ପାଇଁ ଉତ୍କୃଷ୍ଟ ସେବାପାଇଁ ଅତ୍ୟନ୍ତ ସମ୍ମାନ ଜନକଭାବେ ପୁରସ୍କୃତ କରା ଯାଇଥିଲ। ଜାତୀୟ ସେବା ଯୋଜନା ଅନ୍ତର୍ଗତ ବିଭିନ୍ନ ବିଭାଗୀୟ ସେବାକାର୍ଯ୍ୟ ପାଇଁ ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଭାବେ ସୋରଡା ସ୍ଥିତ ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡ. ହୃଷିକେଶ ମିଶ୍ର ଅନ୍ୟତମ। ଏହି ଯୋଜନା ମାଧ୍ୟମରେ ଡ . ମିଶ୍ର ନିଜର ଦାୟିତ୍ବ ସୂଚାରୁ ରୁପେ ସମ୍ପାଦାନ କରିବା ସହିତ ସ୍ବେଛାସେବୀ ମାନଙ୍କୁ ନେଇ ଅଂଚଳର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ କରାଇବାରେ ବିଶେଷ ସହାୟକ ହୋଇ ଜନମାନସରେ ପ୍ରଂଶସା ପାଇଛନ୍ତି। ଶ୍ରେଷ୍ଟ କାର୍ଯ୍ୟକ୍ରମ ଅଧିକାରୀ ଭାବେ ପୁରସ୍କୃତ ହେବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷଡ .ରମେଶ ଚନ୍ଦ୍ର ପାଢୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀଙ୍କ ତଥା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଥାଉକି ଡ. ମିଶ୍ର ଜଣେ ବିଶିଷ୍ଟ ଅଧ୍ୟାପକ ଭାବେ ପରିଚିତି ଥିବା ବେଳେ ଅତ୍ୟନ୍ତ ନମ୍ର, ମିଷ୍ଟଭାଷୀ ଏଵଂ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ ସୁନାମ ଅର୍ଜ୍ଜନ କରିଛନ୍ତି। ଏହାଛଡା ସେ ଜଣେ ଶ୍ରେଷ୍ଠ ମଞ୍ଚ ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

Leave a Reply

Your email address will not be published. Required fields are marked *