ନିମାପଡା ଷ୍ଟେଟବ୍ୟାଙ୍କ ପକ୍ଷରୁ ମେଗା ଋଣ ମେଳା ଅନିଷ୍ଠିତ

ଭାରତୀୟ ଷ୍ଟେଟବ୍ୟାଙ୍କ ନିମାପଡା ଶାଖା ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଏକ ମେଗା ଋଣ ମେଳା ଅନିଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋଟ ୪0 କୋଟି ଟାଣଙ୍କର ଋଣ ପ୍ରଦାନ କରାଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିର୍ଣ୍ଣ ଯୋଜନା ମାଧ୍ୟମରେ ୬୪୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠଙ୍କୁ ୧୯ କୋଟି ୨୩ ଲକ୍ଷ, ୨୮ ଜଣ ଛତୁ ଚାଷୀଙ୍କୁ ୩0 ଲକ୍ଷ, ୯ ଜଣ ପିଏମ ଜିପି ଙ୍କୁ ୮୭ଲକ୍ଷ, ପିଏମସଭାନିଧି ୬୬ଜଣକୁ ୧୯କୋଟି ୪୭, ଏମକେୟାଇୟୁ ୧୮ ଜଣଙ୍କୁ ୬0କୋଟି ୯ ଲକ୍ଷ, ପିଏମବିଏସ ୬ ଜଣଙ୍କୁ ୬ ଲକ୍ଷ ୭0 ହଜାର, ଷ୍ଟାଣ୍ଡଅପ ୭୪ଜଣଙ୍କୁ ୧ କୋଟି ୭0 ଲକ୍ଷ, ପିଏମଏଫଏମଇ ୧୩ ଜଣଙ୍କୁ ୬0 ଲକ୍ଷ ୧0 ହଜାର,ପିଏମସୌର ଘର ୪ଜଣଙ୍କୁ ୬ ଲକ୍ଷ ୭0 ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି l ଏତଦବ୍ୟତୀତ ମୋଟ ୪0 ଟି ସ୍ମାର୍ଟ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ ହୋଇଥିଲା l ଏହାଛଡା ବ୍ୟାଙ୍କର କଲ୍ୟାଣକାରୀ ଯୋଜନା ମାଧ୍ୟମରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ନିବାସ, ନିମାପଡା ଇନ୍ଦିରା ଗାନ୍ଧୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ସାମିଲୀ କରାଯାଇ ଛାତ୍ରୀମାଙ୍କନ ନିମନ୍ତେ ସାନିଟାରୀ ନା୍ପକିନ ପ୍ୟାଡ଼ ଭେଣ୍ଡିଙ୍ଗ ମେସିନ ପ୍ରଦାନ କରାଯାଇଥିଲା l ଏହି ଶିବିରକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସହାୟତା ଋଣ ରାଶି ପ୍ରଦାନ କରିଥିଲେ l ଏହି ଅବସରରେ ବ୍ୟାଙ୍କର ମୁଖ୍ୟ ସାଧାରଣ ପରିଚାଳକ ଦୀନେଶ ପୃଥ୍ୱୀ,ନିମାପଡା ଶାଖାପରିଚାଳକ ଦେବାନନ୍ଦ ସେଠୀ ଏବଂ ଅନ୍ୟ ବ୍ୟାଙ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *