ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ୧୫ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟର ଉଦଘାଟନ କଲେ ବାଚସ୍ପତି

ଦିଗପହଣ୍ଡି:-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ଓଡିଶା ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ . ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ୬୦ କୋଟି ଟଙ୍କା ଅଟକଳ ବ୍ୟୟରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପର ଶିଳାନ୍ୟାସ ଓ ୧୫ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟର ଉଦଘାଟନ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ବ୍ଳକର ଫାସିଗୁଡା ପଞ୍ଚାୟତର ଜକମେରିପଲ୍ଲୀ ଗ୍ରାମ ଠାରେ ଚାଷୀଙ୍କୁ ଉପଯୁକ୍ତ ଜଳ ଯୋଗାଇ ଦେବାପାଇଁ ୬୦ କୋଟି ଅଟକଳ ବ୍ୟୟରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପର ନିର୍ମାଣ ନିମନ୍ତେ ପ୍ରଥମେ ମାନ୍ୟବର ବାଚସ୍ପତି ଶ୍ରୀ ପାତ୍ର କାର୍ଯ୍ୟାଳୟରେ ଆୟୋଜିତ ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ସହ ବିସ୍ତୃତ ଆଲୋଚନା କରିଥିଲେ । ଏହାଦ୍ବାରା ଦିଗପହଣ୍ଡି ବ୍ଲକର ଘୋଡାହଡ ନଦୀ ଓ ରାମନଦୀ ଜଳାଶୟ ଉପରେ ନିର୍ଭର କରି ଆସୁଥିବା ୧୧ ଗୋଟି ଗ୍ରାମର ୧୬୫୪୭ ଜନସଂଖ୍ୟା ଉପକୃତ ହୋଇପାରିବେ ବୋଲି ବାଚସ୍ପତି ନିଜ ଉଦବୋଧନରେ ପ୍ରକାଶ କରିଛନ୍ତି । ତେବେ ଏନେଇ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ଚାଷୀମାନେ ୫ଟି ସଚିବଙ୍କ ଜରିଆରେ ଏହି ନିର୍ମାଣ କାର୍ଯ୍ୟର ତ୍ବରାନ୍ବିତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିବା ସହ ବାଚସ୍ପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହାଦ୍ବାରା ଜଳ ସଂରକ୍ଷଣ , ବୃହତ ଉଠା ଜଳସେଚନକୁ ଜଳ ଯୋଗାଇବା , ସୁଦୃଢ଼ୀକରଣ ଏବଂ ପାନୀୟଜଳ ଭଳି ରହି ଆସୁଥିବା ସମସ୍ୟା ଦୂର ହୋଇପାରିବ ବୋଲି ଜଣାପଡିଛି । ଏହାପରେ ଗଞ୍ଜାମ ଜିଲ୍ଲାର ପ୍ରଥମ ବ୍ଳକ ଭାବେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଓ ବାହ୍ୟ ପରିସରକୁ ଆକର୍ଷଣୀୟ ଓ ଆଲୋକିତ କରିବା ପାଇଁ ୧୫ କିଲୋୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷମତା ଥିବା ପିଭି ସ୍ଥାପନ କରାଯାଇ କାର୍ଯ୍ୟାଳୟର ସମସ୍ତ ବିଭାଗକୁ ସୋଲାର ସଂଯୋଗ କରାଯାଇଥିବା ବେଳେ ଆଜି ଏହାକୁ ବାଚସ୍ପତି ଶୁଭ ଉଦଘାଟନ କରିଥିଲେ । ଏହାଦ୍ବାରା ଓଟିପିସିଏଲ୍ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଦ୍ୟୁତ ଶକ୍ତି ସଂରକ୍ଷଣ କରାଯାଇପାରିବା ସଙ୍ଗେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଭଳି ସମସ୍ୟା ରହିବ ନାହିଁ ସୂଚନା ଦିଆଯାଇଛି । ତେବେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନସ୍ଥ ଓରେଡା ପକ୍ଷରୁ ଭୁବନେଶ୍ୱରର ଅର୍କାୟ ଆସୋସିଏଟସ ଏହାର ତଦାରଖ କାର୍ଯ୍ୟ କରୁଥିବା ଜଣାପଡିଛି । ବାଚସ୍ପତିଙ୍କ ଏହି ଗସ୍ତ ସମୟରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , ତହସିଲଦାର ଅଦୈତ କୁମାର ସ୍ୱାଇଁ , ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା , ବ୍ଳକ କନିଷ୍ଠ ଯନ୍ତ୍ରୀ ଶରତ କୁମାର ମଲ୍ଲ , ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ରବିନାରାୟଣ ପାଢ଼ୀ , ବିଭୂତି ଭୂଷଣ ମହାପାତ୍ର , ଉଷାନ୍ତ ସାହୁ , ଚୈତନ୍ୟ ପ୍ରଧାନ , ସରପଞ୍ଚ ପ୍ରତିନିଧି କୁରେଶୁ ସେଠୀ , ବାବୁଲା ସେଠୀ , ଏସ୍ . ଗାନ୍ଧୀ ଦୋରା , ପୂର୍ବତନ ସରପଞ୍ଚ ଅସିତ୍ କୁମାର ସାହୁ , ଜିଲ୍ଲା ପରିଷଦ ରବିଚନ୍ଦ୍ର ଗୈାଡ , ଜଳ ଶୀର୍ଷକ କମିଟି ସଭାପତି ଟି . ଶ୍ରୀନିବାସ ପାତ୍ର , ନାରାୟଣ ପୂଜାରୀ , ମହିଳା ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀ , ରାଧାକାନ୍ତ ମହାଙ୍କୁଡ ସମେତ ବହୁ ନିର୍ବାଚିତ ପ୍ରତିନିଧି ଚାଷୀ ଓ ସରପଞ୍ଚ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *