ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବିପତ୍ର ପ୍ରଦାନ

ରାୟଗଡ଼ା : ତା: ୧୧/୦୭/୨୪ ଆମ ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାମ୍ବଲମ୍ବିମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ , ଭାରତୀୟ ସମ୍ବିଧାନର ଧାରା ୪୪ କୁ ସ୍ପଷ୍ଟ ଅବମାନନା କରୁଛି। ଏଣୁ କାଳ ବିଳମ୍ବ ନ କରି ଦେଶରେ( UCC ) ସବୁ ନାଗରିକମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ଦାବି କରି ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ପଦ ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ ଜିଲ୍ଲାପାଳଙ୍କ ଅନୁପସ୍ଥିତିତ ଯୋଗୁଁ ପୋଲିସ ପ୍ରଶାସନର ସହଯୋଗ ରେ ରାୟଗଡ଼ା ଡେପୁଟି କଲେକ୍ଟର ଚୀନମୟ ମହାନନ୍ଦଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।। ଦେଶର ଶହେ ଚାଳିଶ କୋଟି ଜନତା ତଥା ଆମର ଆଗାମୀ ବଂଶଧରଙ୍କ ସହିତ ଦେଶର ଐତିହ ,ଅସ୍ମିତା ,ସଂସ୍କୃତି ସର୍ବୋପରି ଭାରତୀୟତାକୁ ସୁରକ୍ଷିତ ରଖିବା ପାଇଁ ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ସହିତ ଜନ୍ମ ନିୟନ୍ତ୍ରଣ ବିଲ ପ୍ରଣୟନ ସହିତ କାର୍ଯ୍ୟକ୍ଷମ କରିବାକୁ ଆମେ ଦାବି ଉପସ୍ଥାପନ କରୁଅଛୁ ।ଆପଣଙ୍କ ପ୍ରଚେଷ୍ଟାରେ ଯଦି ଏ ଦୁଇଟି ଆଇନ ପ୍ରଣୟନ କରନ୍ତି ତେବେ ଆପଣ ଭାରତବାସୀଙ୍କ ନିକଟରେ ଚୀର ସ୍ମରଣୀୟ ହୋଇ ରହିବେ ଏବଂ ଆପଣଙ୍କର ପ୍ରଚେଷ୍ଟା ଭାରତ ଇତିହାସରେ ଏକ ସୂର୍ଣୀମ ଅଧ୍ୟାୟ ସୃଷ୍ଟି କରିବ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି। ଜିଲ୍ଲା ସଭାପତି ଶ୍ରୀ ଦୁର୍ଗା ମାଧବ ଘୋଷଙ୍କ ସଭାପତିତ୍ବରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ ସମୟରେ ରାୟଗଡ଼ା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ଶ୍ରୀ ଗଣେଶ କୁମାର ସାହୁ , ଶ୍ରୀ ଦୀପକ କୁମାର ପୃଷ୍ଟି , ଶ୍ରୀ ମହନ ରାଓ ମାଝୀ , ଶ୍ରୀ ପ୍ରଳୟ କୁମାର ସାହୁ , ଶ୍ରୀ ଧର୍ମ ସିଂ ନାଗ , ଶ୍ରୀମତୀ ମନୀ କୁମାରୀ ପଟ୍ଟନାୟକ , କୁମାରୀ ବାଡତିୟା , ଳୀରଞନ ସେନାପତି , ଯୋଗ ଦେଇ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *