ଦେବୋତ୍ତର କମିଶନର ଙ୍କ ରାୟ କୁ ସ୍ଵାଗତ
– ବିଗତ କିଛି ବର୍ଷ ଧରି ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିରରେ ଅବାଣ୍ଟରା ଜେଜେମାନ ଙ୍କୁ କେନ୍ଦ୍ରକରି ସେବାୟତ ମାନଙ୍କ ମଧ୍ୟରେ ଉଚ୍ଚବାଚ ଗଣ୍ଡଗୋଳ ମାଡ଼ପିଟ୍ ଓ ମାଲିମକଦ୍ଦମା ଆଦି ଅଘଟଣ ଘଟି, ମନ୍ଦିର ବେଢ଼ାରେ ଉସୃଙ୍ଖଳl ବିଶୃଙ୍ଖଳା ସୃଷ୍ଟି ହେଉଥିବା ବେଳେ , ପାରିପାର୍ଶୀକ ପରିବେଶ ମଧ୍ୟ କଳୁଷିତ ଓ କଳଙ୍କିତ ହୋଇଆସୁଥିଲା । ଏ ସମ୍ପର୍କରେ ରାଜ୍ୟ ଦେବୋତ୍ତର କମିଶନର ଙ୍କ କୋର୍ଟରେ ଦୀର୍ଘଦିନ ଧରି ବିଚାର ଚାଲିଥିଲା। କିଛିଦିନ ପୂର୍ବରୁ, କଟକ ସ୍ଥିତ ଅତିରିକ୍ତ ଦେବୋତ୍ତର କମିଶନର ଏ ବିଷୟରେ ସମସ୍ତ ସାକ୍ଷ୍ୟ, ପ୍ରମାଣ କୁ ଭିତ୍ତି କରି, ସମୁଚିତ ନ୍ୟାୟ ପ୍ରଦାନ କରିଥିଲେ । ମାନ୍ୟବର କୋର୍ଟ ଙ୍କ ରାୟ ଅନୁଯାଇ, ପୁର୍ବରୁ ବଣ୍ଟା ଯାଇଥିବା ଜେଜମାନ ମାନଙ୍କ ନିଜ ନିଜର ସେବାୟତ ମାନେ ହିଁ ପୂଜାର୍ଚ୍ଚନା କରିପାରିବେ, ମାତ୍ର ବଣ୍ଟନ ହୋଇନଥିବା, ଯାତ୍ରୀ ବା ଜେଜେମାନ ମାନଙ୍କୁ ପ୍ରଥମେ ଯେଉଁ ସେବାୟତ ଭେଟିବେ କେବଳ ସେହି ସେବାୟତ ହିଁ ସେମାନଙ୍କ ପାଇଁ, ମାଆଙ୍କ ମନ୍ଦିରରେ ଭୋଗରାଗ ଓ ପୂଜାର୍ଚ୍ଚନା କରିବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ । ଯଦି ଅନ୍ୟକେହି ଜବରଦଖଲ କରିବାକୁ ଚାହିଁବେ, ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହା ଫଳରେ,ପୁର୍ବରୁ ଯେଉଁ ଗରିବ ସେବାୟତ ମାନେ,ଜେଜମା ନି,କରିନପାରି, ରୋଜଗାର ହରାଇ, ଦୁଃଖ କଷ୍ଟରେ ଜୀବନ ବିତାଉଥିଲେ, ମାନ୍ୟବର କୋର୍ଟ ଙ୍କ ରାୟ ପ୍ରକାଶ ପାଇବା ପରେ, ସେମାନଙ୍କ ମୁହଁରେ ହସ ଫୁଟିଉଠିଛି । ତେଣୁ ଏଥିପାଇଁ ସାରଳାମନ୍ଦିରର ସମସ୍ତ ପଣ୍ଡା ସେବକ ମାନଙ୍କ ତରଫରୁ ସାରଳାମନ୍ଦିର ବେଢ଼ାରେ ଥିବା ସେବାୟତମଣ୍ଡପ ସମ୍ମୁଖରେ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରେ ମାଆଙ୍କ ମୂଖ୍ୟପୂଜକ ବଡ଼ପଣ୍ଡା ରଞ୍ଜନ କୁମାର ପଣ୍ଡା , ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା , ପୁର୍ବତନପରିଛା ପଣ୍ଡିତ ରଘୁନାଥ ପଣ୍ଡା , ସାରଳା ସାହିତ୍ୟ ସଂସ୍କୃତି ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସହିତ ସମସ୍ତ ପଣ୍ଡା ସେବକ ମାନେ, କଟକ ଦେବୋତ୍ତର କମିଶନର ଙ୍କ ଏହି ଜଜମେଣ୍ଟ କୁ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଗତ କରିବା ସହିତ, ଏଥିପାଇଁ ସହକାରୀ ଦେବୋତ୍ତର କମିଶନର ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରି ଅଛନ୍ତି ।
