ଡାକ୍ତରଙ୍କୁ ମାଡ଼ ମାରି ଚତୁର୍ଥୀରେ ବନ୍ଧା ହେଲେ ବର
-। –ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଚତୁର୍ଥୀ ଦିନ ବନ୍ଧା ହୋଇଛନ୍ତି ବର। ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସୌମେନ୍ଦ୍ର ସ୍ୱାଇଁଙ୍କୁ ଗତ ବିଳମ୍ବିତ ରାତିରେ ମାଡ଼ ମାରିଥିଲେ ଯୁବକ। ତେବେ ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ।ଏ ନେଇ ଡାକ୍ତର ସୌମେନ୍ଦ୍ର ସ୍ୱାଇଁ ପରଜଙ୍ଗ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଯୁବକ ଦୋମୁହାଁଣୀ ଗାଁର ନିର୍ମଳ ଚନ୍ଦ୍ର ପରିଡା ଏବଂ ଜଣେ ସହଯୋଗୀ ଗିରଫ ହୋଇଛନ୍ତି।

ତେବେ ସେପଟେ ନିର୍ମଳଙ୍କ ପରିବାର ଲୋକେ ପାଲଟା ଅଭିଯୋଗ କରିଛନ୍ତି କି ଡାକ୍ତର ଜଣଙ୍କ ଗତ କାଲି ବିଳମ୍ବିତ ରାତିରେ ବାରମ୍ବାର କଲିଙ୍ଗ ବେଲ ମାରିଲା ପରେ ଡାକ୍ତର ବାବୁ ବିଳମ୍ବରେ କବାଟ ଖୋଲିବା। ଏବଂ ଖରାପ ବ୍ୟବହାର ଦେଖାଇବା ଅଭିଯୋଗ ହୋଇଛି। ଗତ କାଲି ବିଳମ୍ବିତ ରାତି ପ୍ରାୟ ୧୨.୩୦ ସମୟରେ ନବ ବଧୂ ଜଣଙ୍କ ପେଟ ଯନ୍ତ୍ରଣା ଯୋଗୁଁ ଛଟପଟ ହେଉଥିଲେ। ଏ ନେଇ ଉଭୟ ନବ ଦମ୍ପତି ଓ ସାଥିରେ ଜଣକୁ ଧରି ପରଜଙ୍ଗ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଏବଂ ଡାକ୍ତରଙ୍କୁ ଦେଖାଇବା ପାଇଁ ଦିର୍ଘସମୟଧରି ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତରଙ୍କ ଦେଖା ମିଳିନଥି। ତେଣୁ ବାଧ୍ୟହୋଇ ଡାକ୍ତର ଥିବା ରୁମର କଲିଂବେଲ ବାରମ୍ବାର ବଜାଇଥିଲେ । ଏଥିରେ ଡାକ୍ତର ସ୍ବାଇଁ ରାଗିଯାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏବଂ ରୋଗୀଙ୍କ ସମ୍ପର୍କିୟଙ୍କୁ ମାଡ ମାରିଥିବାା ଅଭିଯୋଗ ହେଉଛି। ଏବଂ ଏହାର ଯବାବରେ ଡାକ୍ତରଙ୍କୁ ପ୍ରତ୍ୟାକ୍ରମଣହୋଇଥିଲା। ଯାହାର ଏକ ଭିଡିଓ ଭାଇରଲ ହେଉଛି। ଏବଂ ଆଜି ଡାକ୍ତର ମଧ୍ୟ ଥିନାରେ ଲିଖିତ ଅଭିଯୋଗ କରୀଛନ୍ତି। ଏତେଲାକୁ ଆଧାର କରି ଦୋମୁହାଁଣୀ ଗ୍ରାମରେ ଦ୍ବୟଙ୍କୁ ଆଣି ଥାନାରେ ଅଟକ ରଖିଛନ୍ତି ପୋଲିସ। ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ପରଜଙ୍ଗ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତକରି ଫେରିଛନ୍ତି। ତେବେ ନବ ବଧୂଙ୍କ କହିବାକଥା ତାଙ୍କ ସ୍ୱାମୀଙ୍କୁ ସମସ୍ତଙ୍କ ଉପସ୍ଥିତିରେ ପ୍ରତିଶୋଧ ପରାୟଣ ହୋଇ ଥାନା ଭିତରେ ପୋଲିସଙ୍କ ଉପସ୍ଥିତିରେ ଡାକ୍ତର ଜଣଙ୍କ ତାଙ୍କ ସ୍ବାମିଙ୍କୁ ମାଡ଼ ମାରିଥିବା ଅଭିଯୋଗ କରୁଛନ୍ତି। ଏ ନେଇ ମଧ୍ୟ ଡାକ୍ତରଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ହୋଇଛି। ତେବେ ଗତ ୧୬ ତାରିଖରେ ଉଭୟଙ୍କ ବିବାହ ହୋଇଥିବାବେଳେ ଆଜିି ନିର୍ମଳଙ୍କ ଆଜି ଚତୁର୍ଥୀ ଥିବା ଜଣାପଡିଛି। ସେପଟେ ବର ଓ ସମ୍ପର୍କିୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପରଜଙ୍ଗ ପୋଲିସ
