ପୋଖରୀ ରେ ବୁଡି ଦୁଇ ନାବାଳିକା ଙ୍କ ମୃତ୍ୟୁ
ସାନଖେମୁଣ୍ଡି :-୧୮/୦୮ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ସିନ୍ଦୁରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦୁଇ ନାବାଳିକା ପୋଖରୀ ରେ ବୁଡି ମୃତ୍ୟୁ ଘଟିଥିବା ଦେଖିବାକୁ ମିଳୁଛି। ମୃତକ ଦ୍ବୟ ସିନ୍ଦୁରପୁର ଗ୍ରାମର ସନ୍ତୋଷ ନାୟକ ଙ୍କ ଝିଅ ସାଳିନି (୫) ଏବଂ ବଳରାମ ଡାକୁଆ ଙ୍କ ଝିଅ ତୁଳସୀ (୬) ବୋଲି ଜଣାପଡ଼ିଛି। ଅପରାହ୍ନ ୩ଟା ସମୟରେ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଗୋଡ଼ ଖସି ବୁଡି ଯାଇଥିବା ଖବର ପାଇ ଅଗ୍ନଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଡାକ୍ତର ଦୁଇ ନାବାଳିକା ଙ୍କ ମୃତ୍ୟୁ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ ଗାଁ ମନ୍ଦିର ପୋଖରୀ କୁ ୩ ଜଣ ନାବାଳିକା ଗାଧୋଇବାକୁ ଯାଇଥିଲେ। ତୁଳସୀ ଏବଂ ସାଳିନୀ ର ଗୋଡ଼ ଖସି ଯିବାର ପୋଖରୀ ଭିତରକୁ ପଳାଇଥିବା ବେଳେ ଅନ୍ୟ ସାଙ୍ଗ ଜଣକ ଦୌଡ଼ି ପଳାଇଥିଲା। ବହୁତ ସମୟ ପର୍ଯ୍ୟନ୍ତ ଦୁହେଁ ଘରକୁ ଫେରିନଥିଲେ ଘର ଲୋକ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ।

ଶେଷରେ ପୋଖରୀ ନିକଟରେ ଦୁଇ ଝିଅ ମାନଙ୍କ ପୋଷାକ ଥିବା ଦେଖି ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପହଞ୍ଚି ଦୁଇ ନାବାଳିକା ଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପୋଲିସ ଖବର ପାଇ ମେଡିକାଲ ରେ ପହଞ୍ଚି ଦୁଇ ଶିଶୁ ଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଯାଇଛି। ଏନେଇ ପାଟପୁର ଥାନା କେସ ନମ୍ୱର୍ ୧୪/୨୪,୧୫/୨୪ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି।ଘଟଣାର ତଦନ୍ତ ଚଳାଇଥିବା ଏସ ଆଇ ହିମାଂଶୁ ପାତ୍ର ସୂଚନା ଦେଇଛନ୍ତି।
