ମହା ଆଡ଼ମ୍ବରେ ରକ୍ଷା ବନ୍ଧନ ଓ ରାକ୍ଷୀ ପୂର୍ଣିମା ପାଳିତ ହୋଇଛି

ମହା ଆଡ଼ମ୍ବରେ ରକ୍ଷା ବନ୍ଧନ ଓ ରାକ୍ଷୀ ପୂର୍ଣିମା ପାଳିତ ହୋଇଛି।ଗଂଜାମ ଜିଲ୍ଲା ଜାମୁନୀ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଓ ରାକ୍ଷୀ ପୂର୍ଣିମା ପାଳିତ ହୋଇଛି। ବିଦ୍ୟାଳୟରେ ଶିଶୁ ପ୍ରାରମ୍ଭ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମାନେ ଵିଦ୍ୟା ଅଧ୍ୟୟନ କରନ୍ତି। ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ, ସମସ୍ତ ଆଚାର୍ଯ୍ୟ ଓ ଆଚିର୍ଯ୍ୟା ଏଵଂ ଅନନ୍ୟା ଷ୍ଟାପ ବୃନ୍ଦ। ଶିଶୁ ମନ୍ଦିର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି। ଆଜିର ଏହି ମହାନ୍ ରକ୍ଷାବନ୍ଧନ ଓ ରାକ୍ଷୀ ପୂର୍ଣିମା କୁ ବହୁ ଆଡ଼ମ୍ବରରେ ଉତ୍ସାହ ଆନନ୍ଦ ରେ ଭାଇ ହାତରେ ରକ୍ଷାବନ୍ଧନ କଲେ। ଵହୁ ପ୍ରାଚୀନ କାଳରୁ ଵେଦ ଶାସ୍ତ୍ର ଗ୍ରନ୍ଥ ପୁରାଣ ବର୍ଣ୍ଣିତ ଅଛି। ଏଵଂ ଜଗନ୍ନାଥ ସଂସ୍କୃତି ଓ ବଳଭଦ୍ର ଦେବଙ୍କ ଜନ୍ମଦିନ ରେ ପାଳିତ ହୋଇଆସୁଛି। ଜାମୁନୀ ଗ୍ରାମରେ ବିଭିନ୍ନ ବିଭନ୍ନ ଜାଗାରେ ମଧ୍ୟ ରକ୍ଷାବନ୍ଧନ ଭଉଣୀ ମାନେ ବାନ୍ଧିଲେ। ବୈଦ୍ୟନାଥ ମେଡିକାଲ ଡଃ, ନିଳାଚଳ ପାଣିଗ୍ରାହୀ ଓ ଉପସ୍ଥିତ ଥିବା ରୋଗୀ ଙ୍କ ହାତରେ ରାକ୍ଷୀ ବାନ୍ଧିଲେ।

ସନାତନ ଧର୍ମ ହିନ୍ଦୁ ଧର୍ମରେ ମଧ୍ୟ ଭାରତ କୋଣେ ଅନୁକୋଣେ ଶିଶୁ ମନ୍ଦିର ଓ ଘରେ ଘରେ ଭାଇ ଭଉଣୀ ଅତୁଟ ବନ୍ଧନ ପାଇଁ,ଭାଇ ହାତରେ ରକ୍ଷାବନ୍ଧନ କରେ। କେତେକ ଜିଲ୍ଲା ଗହ୍ମାପୂର୍ଣ୍ଣୀମା କୁହନ୍ତି। ଶିଶୁ ମନ୍ଦିର ଆଚାର୍ଯ୍ୟ, ପ୍ରିୟଙ୍କା, ସରସ୍ୱତୀ, ବିଚିତ୍ରା, ରିତା, ବନିତା,ଗିତାଞ୍ଜଳୀ, ଵର୍ଷା , ଆଚାର୍ଯ୍ୟ ସୁଧିର, ଅଜିତ୍, ପିଣ୍ଟୁ, ଭାଗିରଥି ପରିଚାଳନା କରିଥିଲେ। ପ୍ରିୟଙ୍କା ଆଚାଯ୍ୟା ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଶେଷରେ ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *