ରାସ୍ତା କଡ କୁ ଓଲଟିଲା ଯାତ୍ରୀ ଵାହୀ ବସ
ବସରେ ଓଭୋର ଲୋଡ୍ ହେଲା କାଳ, ଭାରସାମ୍ୟ ହରାଇ ଓଲଟିଲା ବସ୍: ୨୦ ଗୁରୁତର । ଆହତ ମାନଙ୍କୁ ଭଦ୍ରକ ମେଡିକାଲରେ ଭତ୍ତି କରାଯାଇଛି । ଜୟ ରଘୁନାଥ’ ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ଓଭର ଲୋଡିଂ କରି ନେଇ ଆସୁଥିବା ବେଳେ ରାଣୀତାଲ ପାଖ ଅଡା ରାସ୍ତାରେ ଗେଟ୍ ନିକଟରେ ବାଇକକୁ ସାଇଟ୍ ଦେବାକୁ ଯାଇ ବସଟି ବିଲ ଭିତରକୁ ଗଳି ପଡିଥିଲା । ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ପହଞ୍ଚି ବସ୍ ଭିତରୁ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସ କରା ଯାଇଛି
