ଝୁଲଣ ଉତ୍ସବ ଉଦଯାପିତ

ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ଵର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଆୟୋଜିତ ହୋଇଥିବା ୫ଦିନିଆ ଝୁଲଣ ଉତ୍ସବ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ଅତିଥି ଭାବେ ପ୍ରଭାତ ପଟ୍ଟନାୟକ, ଗୁରୁ ନିରଞ୍ଜନ ରାଉତ, ଗୁରୁ ଲିଙ୍ଗରାଜ ରାଜ ସ୍ବାଇଁ, ବିଜୟ କୁମାର ବିଶ୍ବାଳ, ସୁସାନ୍ତ ମିଶ୍ର ,ମିରା ବିଶ୍ଵାଳ, ଆଶା କୁମାରୀ ଇରା ପ୍ରମୁଖ ଯୋଗ ଦେଇ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷ ସନ୍ଧ୍ୟାରେ ଆକାଂକ୍ଷା ଦାଶ ଓ ଅଭିପସା ବିଶ୍ଵାଳଙ୍କ ଦ୍ଵାରା ଏକକ ଓଡ଼ିଶୀ ନୃତ୍ୟ, ଗାୟତ୍ରୀ ବାଇଦନାଥଙ୍କ ଦ୍ବାରା ଭାରତନାଟ୍ୟମ୍ ନୃତ୍ୟ ଓ ଗୁରୁ ବାସୁଦେବ ବିଶ୍ଵାଳ ଓ ସାଥିଙ୍କ ଦ୍ବାରା ବୈଠକି ସାଂସ୍କୃତିକ ସଂଗୀତ ପରିବେଷଣ କରାଯାଇଥିଲା। ଯାହା ଉପସ୍ଥିତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ନିରଞ୍ଜନ ପଲତା ଓ ସତରୁପା ଖଣ୍ଡାୟତରାୟ ମଞ୍ଚ ସଂଯୋଜନ କରିଥିବା ବେଳେ ଏହି ଉତ୍ସବକୁ ଉମେଶ ସ୍ବାଇଁ, ଜୟ କୃଷ୍ଣ ନାୟକ, ସୁଲୋଚନା ପ୍ରଧାନ, ଜଟାଧାରୀ ସ୍ଵାଇଁ, ଶିବାଶିଷ ପ୍ରଧାନ, ରମଣୀ ରଂଜନ ଜେନା, ନୟନୀ ନାୟକ, ଲକି ଭରଦ୍ୱାଜ, ଧର୍ମଦତ ଖଣ୍ଡାୟତ ରୟ, ଆଶା କୁମାରୀ, ଇତିଶ୍ରୀ ରାୟ, ମିରା ବିଶ୍ଵାଳ, ସଞ୍ଜିବନି ପ୍ରଧାନ, ନୀତେଶ, କମଲ ଓ ଶୁଦେଶ୍ନା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *