ଗୋକର୍ଣ୍ଣିକା ସାହିତ୍ୟ ସମାଜ ଜାରକା ତରଫରୁ ସୁବର୍ଣ୍ଣ ଜୟନ୍ତୀ ସମ୍ବତ୍ସର

:କୋରାପୁଟ ସ୍ଥିତ ସ୍ଥାନୀୟ ଆଦିବାସୀ ସଂଗ୍ରାଳୟ ଠାରେ ଗୋକର୍ଣ୍ଣିକା ସାହିତ୍ୟ ସମାଜ ଜାରକା ଯାଜପୁର ତରଫରୁ କୋରାପୁଟ ଜ଼ିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ପର୍ବ ଅନୁଷ୍ଠିତ ହୋଇଥିଲା l ଏହି ସାହିତ୍ୟ ସମାରୋହ ରେ ମୁଖ୍ୟ ଅତିଥି ଭାବେ କବି ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ, କବି ଡକ୍ଟର ଗୌତମ ଜେନା, ପ୍ରାବଂଧିକ ରବୀନ୍ଦ୍ର ବିହାରୀ ଯୋଗ ଦେଇଥିବା ବେଳେ ସମ୍ବର୍ଦ୍ଧିତ ପ୍ରତିଭା ଭାବରେ କବି ଜଳଧର ସ୍ୱାଇଁ,ପ୍ରାବଂଧିକ ଡକ୍ଟର ରୁଦ୍ରାଣୀ ମହାନ୍ତି, କବି ଡ଼ା. ଦୀନବନ୍ଧୁ ସାହୁ, କବି ରବି ଶତପଥି, ଅନୁବାଦକ ଶ୍ରୀ ବିଜୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଆଜିର ସମୟରେ ସାହିତ୍ୟ ଓ କବିତା ପ୍ରତି ଯୁବ ପିଢ଼ି ଙ୍କ ଆଦର କମିବାରେ ଲାଗିଛି l ସାହିତ୍ୟ ଓ କବିତା କୁ କିପରି ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରହି ପାରିବା ସେ ନେଇ ଆଲୋଚନା କରାଯାଇଥିଲା l ପ୍ରଥମ ଅଧିବେଶନ ରେ ସାହିତ୍ୟ ଆଶାର ବିଷୟରେ ଆଲୋଚନା କରାଯାଇଥିଲା l ଦ୍ୱିତୀୟ ଅଧିବେଶନ ରେ ସଭାପତି ଡ଼ା. ଦିନବନ୍ଧୁ ସାହୁ ଓ ସଂଯୋଜକ ମିନାକ୍ଷୀ ମହାରଣା, ସୌମେନ୍ଦ୍ର କୁମାର ସ୍ୱାଇଁ ଙ୍କ ଅଧକ୍ଷତା ରେ କବିତା ପାଠ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସଭାପତି ରମାକାନ୍ତ ଜେନା ଓ ସମ୍ପାଦକ ମହେଶ୍ୱର ପାଢ଼ୀ ଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା l ଏହି ସାହିତ୍ୟ ସମାରୋହ ରେ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ସାହିତ୍ୟକ ଓ କବି ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *