ଜବର ଦଖଲ ଜମି ବିବାଦ କୁ ନେଇ ଅଶାନ୍ତ ଧର୍ମଶାଳା

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜବର ଦଖଲ ଜମି ବିବାଦ କୁ ନେଇ ତେଜୁଛି ବିବାଦ। ବର୍ତ୍ତମାନ ର ବିଧାୟକ ହିମାଂଶୁ ଓ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ଙ୍କ ମଧ୍ୟରେ ବିବାଦ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଜମି ଓ ଖଣି ବିବାଦ କୁ ନେଇ ପୂର୍ବତନ ବିଜେଡି ବିଧାୟକ ସହଯୋଗୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ଧର୍ମଶାଳା ତହସିଲ ନୂଆଗାଁରେ ପୂର୍ବତନ ବିଧାୟକ ସରକାରୀ ଜମି ଜବର ଦଖଲ କରିନେଇଥିବା ଅଭିଯୋଗ ପରେ ରାଜସ୍ବ ବିଭାଗ ପକ୍ଷରୁ ମାପଚୁପ ହୋଇଥିଲା । ଏହି ଘଟଣାକୁ ନେଇ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ଖବର ଦାତା ସମ୍ମିଳନୀରେ ଅଭିଯୋଗ କରିବା ସହିତ ବିଧାୟକ ହିମାଂଶୁ ଶେଖର ସାହୁ ଖଣି ଖଦାନ ରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ କରିଥିଲେ ଏବଂ ବିଧାୟକ ଶ୍ରୀ ସାହୁଙ୍କ କୁମାରିସ୍ଥିତ କାର୍ଯ୍ୟାଳୟ ଙ୍କ ଜମି ର ସ୍ଥିତି କୁ ନେଇ ପ୍ରଶ୍ନ କରିଥିଲେ।

ଏହାକୁ ନେଇ ବିଧାୟକ ଶ୍ରୀ ସାହୁ ସେହିଦିନ ଖବର ଦାତା ସମ୍ମିଳନୀ ରେ ନିଜ ଜମି ର କାଗଜପତ୍ର ଦେଖାଇବା ସହ ପୂର୍ବତନ ବିଧାୟକଙ୍କ ବିଗତ ଦିନର କାର୍ଯ୍ୟ କଳାପ ସମ୍ପର୍କରେ ଗଣ ମାଧ୍ୟମ ଙ୍କୁ ଅବଗତ କରିଥିଲେ । ଏବଂ ସେହିଦିନ ପୂର୍ବତନ ବିଧାୟକଙ୍କ ସାମର୍ଥକ ତଥା ବିଜେଡି ବ୍ଳକ ସଭାପତି ଜଳଧର ମହାନ୍ତି ଓ ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ କିଛି ଦୁର୍ବୁତ୍ତଙ୍କୁ ସାଙ୍ଗରେ ଧରି କୁମାରୀ ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକ ସେମାନଙ୍କୁ ଚାନ୍ଦା ଦେବାକୁ ଧମକ ଦେଇଥିଲେ ଓ ବନ୍ଧୁକରୁ ଗୁଳି ଫୁଟାଇବା ପରେ ଉକ୍ତ ସ୍ଥାନ ରେ ଉପସ୍ଥିତ ଥିବା ଶରତ କୁମାର ଓଝାଭୟଭୀତ ହୋଇ ଭିତରକୁ ଦୌଡ଼ି ଚାଲି ଯାଇଥିଲେ। ଏ ଘଟଣା କୁ ନେଇ ବିଧାୟକଙ୍କ ସମର୍ଥକ ଶରତ କୁମାର ଓଝା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଆଜି ଅପରାହ୍ନରେ କୁମାରିସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ପହଁଚି ପଚାରା ଉଚରା କରିଛି । ଏଥିସହ ସେଠାରେ ପଡ଼ିଥିବା ଖୋକା ଜବତ କରି ତଦନ୍ତ ଚଲାଇଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବ୍ଳକ ସଭାପତି ଜଳଧର ମହାନ୍ତି ସେ କହିଛନ୍ତି ରାମକୋ ସିମେଣ୍ଟ କାରଖାନାରେ କାମ କରୁଥିବା ତାଙ୍କ ପୁଅକୁ ବିଧାୟକ ଅନ୍ୟତ୍ର ବଦଳି କରିଛନ୍ତି । ଏନେଇ ସେ ବିଧାୟକଙ୍କ ପାଖକୁ ଦେଖା କରିବାକୁ ନଯିବା ଯୋଗୁଁ ସେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି । ଏସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ।ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *