ଭୌତିକ କାଣ୍ଡ
ସଂସାର ରେ ଏବେ ବି ରହିଛି ଗୁଣି ଆରଡ଼ି ଆଉ ପେଷଣ ଲୋକ ମାନେ ବିଶ୍ୱାସ ନ କଲେ ମଧ୍ୟ ତାହା ହିଁ ସତ୍ୟ ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ବିନାୟକପୁର ଗାଁରେ ଥିବା ନରେନ୍ଦ୍ର ନାୟକଙ୍କ ଘରେ ନରେନ୍ଦ୍ର ନାୟକଙ୍କ ଘରେ ରହନ୍ତି ବାର କୁଟୁମ୍ବ ସେଥି ମଧ୍ୟରୁ ଚାରି ବହୂ ଭିତରୁ ସବା ସାନ ବାହୂ ଅଞ୍ଜନା କାୟକଙ୍କର କିଛି ଦିନ ହେଲା ତାଙ୍କ ଶାଢି, ଶାୟା ବ୍ଲାଉଜୁ ଆଖିପିଛୁଲାକେ କି କାଟି ଦେଉଛି l ୧୫ ଦିନ ହୋଇଗଲାଣି କେହି କିଛି ଜାଣି ପାରିନାହାନ୍ତି l ଅଞ୍ଜନା ନାୟକଙ୍କ ଶାଢ଼ୀକୁ ଘରେ ଚାବି ପକାଇ ରଖିଲେ ମଧ୍ୟ ଚାବି ଖୋଲି କି ଦେଖନ୍ତି ତ ଶାଢ଼ୀ କଟା ହେଇଛି l ଶାଢି ବ୍ୟତୀତ ଘରେ ଟଙ୍କା ଥିଲେ ମଧ୍ୟ ଆପେ ଆପେ କାଟି ହୋଇଯାଉଛି l ଘରେ ଥଣ୍ଡା ବୋତଲ କିଣିଆଣି ରଖିଲେ ମଧ୍ୟ ଆପେ ଆପେ କାଚ ଖାଲି ହୋଇଯାଉଛି ! ସାନ ଵହୂ ଅଞ୍ଜନାଙ୍କ ସବୁ ଶାଢି କାଟି ସାରିଲା ପରେ ଏବେ ପାଳି ପଡିଛି ସ୍କୁଲ ପଢୁଆ ଝିଆରୀ ଉପରେ ସ୍କୁଲ ଡ୍ରେସ ରୁ ଆରମ୍ଭ ସାର୍ତପେଣ୍ଟ ସବୁ କାଟି ହୋଇଯାଉଛି l ଏବେ ଭୟ ରେ ପରିବାର ଲୋକ ସହିତ ଗାଁରେ ଭୟରେ ବାତ୍ତାବରଣ ଖେଳିଯାଇଛି l କଣ ରହିଛି ରହସ୍ୟ ମୟ ତାହା ସମୟକୁ ଅପେକ୍ଷା !
