ବ୍ୟାସ ପ୍ରିଣ୍ଟମିଡ଼ିଅର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ
ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଅଗ୍ରଣୀ ସାମ୍ବାଦିକ ସଂଘ ବ୍ୟାସ ପ୍ରିଣ୍ଟ ମିଡିଆର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଉମାପଦା ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ୨0୨୪-୨୫ ବର୍ଷ ପାଇଁ ସଂଘର ବାର୍ଷିକ ବିବିଧ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା l ବରିଷ୍ଠ ଉପଦେଷ୍ଠା ହାରାଧନ ବାନାର୍ଜୀ ନିର୍ବାଚନ ଅଧିକାରୀଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଆଗାମୀ ୨ ବର୍ଷ ପାଇଁ ସଭାପତି ଭାବେ ଶରତ ପଥାଳ, ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ l ଆସନ୍ତା ମାସରେ ସଂଘର ବାର୍ଷିକ ଉତ୍ସବ ସହିତ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନ କରାଯାଇଥିଲା l ସାମ୍ବାଦିକତା ସହିତ ସହରର ବିକାଶରେ ଗଣମାଧ୍ୟମ ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ବ୍ୟାସ ପ୍ରିଣ୍ଟ ମିଡିଆର ସମସ୍ତ ସଦସ୍ୟ ଏଥିପ୍ରତି ଯତ୍ନବାନ ହେବାକୁ ବୈଠକରେ ନିଷ୍ପତି ହୋଇଥିଲା l କାର୍ଯ୍ୟକ୍ରମ ଶେଷରେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
