ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ୧୦ଟି ଗ୍ରାମରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା ଅଭିଯାନ*

କଳିଙ୍ଗନଗର, ମଇ ୩୦, ୨୦୨୬: ‘ଋତୁସ୍ରାବ ସ୍ୱଚ୍ଛତା ଦିବସ’ ଉପଲକ୍ଷେ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ପକ୍ଷରୁ କଳିଙ୍ଗନଗର ଓ ଏହାର ଆଖପାଖ ଅଞ୍ଚଳରେ ମଇ ୨୬ ରୁ ମଇ ୨୯, ୨୦୨୬ ପର୍ଯ୍ୟନ୍ତ ଏକ ଚାରିଦିନିଆ ବ୍ୟାପକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି।କମ୍ପାନୀର କର୍ମଚାରୀ ସ୍ୱେଚ୍ଛାସେବୀ ଗ୍ରୁପ୍‌ର ପ୍ରୟାସ ଦ୍ୱାରା ପରିଚାଳିତ ଏହି ଗ୍ରାମୀଣ ସଚେତନତା କାର୍ଯ୍ୟକ୍ରମ ସାରଙ୍ଗପୁର, ବାରଗାଡ଼ିଆ, କାନ୍ତିପୁର, ଓଲଳ, ଗୋବରଘାଟି, ସାନସାଇଲୋ, ତ୍ରିଜଙ୍ଗା, ସୁଲିଆ, ଦୁବୁରୀ ଏବଂ ଧନଞ୍ଜୟପୁର ସମେତ ୧୦ଟି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୬୦ ଜଣ ନିଷ୍ଠାପର କର୍ମଚାରୀ, ସ୍ୱେଚ୍ଛାସେବୀ ଏହି ଆଲୋଚନା ଚକ୍ରଗୁଡ଼ିକୁ ପରିଚାଳନା କରିଥିଲେ, ଯାହା ଦ୍ୱାରା ପ୍ରାୟ ୫୫୦ ଜଣ କିଶୋରୀ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇଛନ୍ତି।ସମାଜରେ କାହିଁ କେଉଁ କାଳରୁ ରହିଆସିଥିବା ସାମାଜିକ କୁସଂସ୍କାରକୁ ଦୂର କରିବା ଏବଂ ସ୍ଥାୟୀ ସ୍ୱାସ୍ଥ୍ୟ ସୁରକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ସ୍ୱେଚ୍ଛାସେବୀମାନେ ଯୁବ ଅଂଶଗ୍ରହଣକାରୀମାନଙ୍କୁ ସଠିକ୍ ସ୍ୱଚ୍ଛତା ଅଭ୍ୟାସ ବିଷୟରେ ଶିକ୍ଷା ଦେବା ସହ ଏହା ସହିତ ଜଡ଼ିତ ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସକୁ ଦୂର କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ତୃଣମୂଳ ସ୍ତରରେ ଏହାର ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୁନିଶ୍ଚିତ କରିବା ପାଇଁ, ଏହି

ଅଭିଯାନରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରାଯାଇଥିଲା, ଯେଉଁମାନେ ଗୋଷ୍ଠୀ ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସ୍ୱାସ୍ଥ୍ୟକର ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବାସ୍ତବ ପଦକ୍ଷେପ ସ୍ୱରୂପ ସମସ୍ତ କିଶୋରୀମାନଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ କରାଯାଇଥିଲା।ଏହି ସଫଳ ଅଭିଯାନ ମାଧ୍ୟମରେ, ଏନଆଇଏନଏଲ୍ ନିଜର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଥିବା ଯୁବତୀ ଓ କିଶୋରୀମାନଙ୍କର ସ୍ୱାସ୍ଥ୍ୟ ଏବଂ ମର୍ଯ୍ୟାଦା ରକ୍ଷା ସହିତ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ନିରନ୍ତର କାର୍ଯ୍ୟ କରିଆସୁଛି।

Leave a Reply

Your email address will not be published. Required fields are marked *