ନିଳାଦ୍ରି ବିହାର ବିଜେ

ନିଳାଦ୍ରି ବିହାର ବିଜେ
(ଆଶୁ କବି – ପ୍ରକୃତି ବନ୍ଧୁ ହରିହର ସାହୁ)
ଶ୍ରୀ ମନ୍ଦିର ର ରତନ ବେଦିରୁ‌ ଜନମ ବେଦିକି ଗଲ
ନନ୍ଦିଘୋଷ ରଥ ରଥାରୁଢ଼ ହୋଇ ଗୁଣ୍ଡିଚା ମନ୍ଦିର ହେଲ
ଭାଇ ବଳଭଦ୍ର ତାଳ ଧ୍ଵଜ ରଥେ
ଗୁଣ୍ଡିଚା ମନ୍ଦିର ଗଲେ
ଭଉଣୀ ସୁଭଦ୍ରା ଦର୍ପଦଳନ ରେ
ରଥାରୁଢ଼ ହୋଇ ଗଲେ
ସୁଦର୍ଶନ ପ୍ରଭୁ ରଥାରୁଢ଼ ହୋଇ
ଗୁଣ୍ଡିଚା ମନ୍ଦିର ଯାଇ
ମାଉସୀ ମାଆ ର‌‌ ପୋଡ଼ ପିଠା ଖାଇ
ସନ୍ତୁଷ୍ଟ ହୋଇଲେ ଯାଇ
ବାହୁଡ଼ା ଯାତ୍ରା ରେ ମହାପ୍ରଭୁ ଜାଣ
ଫେରି ଆସିଲେ ମନ୍ଦିର
ସଙ୍ଗରେ ଆସନ୍ତି ଭାଇ ଭଉଣୀ ଯେ
ପାଆନ୍ତି କେତେ ଆଦର
ତୀର୍ଥକ୍ଷେତ୍ର ମଧ୍ୟେ‌ ପୁରୀ ଯେ ଅଟଇ
ମହୀ ମଣ୍ଡଳେ ବିଦିତ
ଶୋଭା ପାଉଅଛି ଶ୍ରୀମନ୍ଦିର ଅଟେ
ଭାଇ ଭଉଣୀ ସହିତ
ଚାରିଧାମ ମଧ୍ଯେ ପୁରୀ ଧାମ ଅଟେ
ଜଗନ୍ନାଥ ଧାମେ ଜାଣ
ଦାରୁ ବ୍ରହ୍ମ ରୂପେ ‌ପୂଜା ପାଉଛନ୍ତି
ଭାଇ ଭଉଣୀ ତିନି ଜଣ
ସୁଦର୍ଶନ ପ୍ରଭୁ ଦାରୁ ରେ ନିର୍ମିତ
ପ୍ରଭୁ ଙ୍କ ପାଖରେ ରହି
ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଯେ ବିଗ୍ରହ ରୂପରେ ଥାଇ
ତ୍ରୟୋଦଶୀ ତିଥି ଅଟେ ଯେ ବିଦିତ ଜଗନ୍ନାଥ ଧାମ ପାଇଁ
ରତ୍ନ ସିଂହାସନେ ବିଜେ କରିବେତ ସେତ ବ୍ରହ୍ମାଣ୍ଡ ଗୋସାଇଁ
ମାଆ ଲକ୍ଷ୍ମୀଙ୍କୁ ‌ରସଗୋଲା‌ ଦେଇ
ମାନ ଭଞ୍ଜନ କରିବେ
ବାହୁଡି ଆସିଲେ ଶ୍ରୀକ୍ଷେତ୍ର ନାମକୁ
ଭକତ ପୂଜା କରିବେ
ପୁରୀ ର ବାସିନ୍ଦା ଅତି ଭାଗ୍ୟବାନ
ଜଗନ୍ନାଥ ଧାମେ ଘର
ପୂଜା କରୁଛନ୍ତି ଆରାଧ୍ୟ ଦେବତା
ପୁରୀ ଯେ ସରଗ ପୁର
ଜଗନ୍ନାଥ ଡୋରି ନ ଲାଗିଲେ କେହି
ଜଗା ଦରଶନ ‌ନାହି
ଜଗତ ର ନାଥ ମୋର ପ୍ରାଣ ନାଥ
ସେହି ବ୍ରହ୍ମାଣ୍ଡ ଗୋସାଇଁ।
ଦୋଷ ଥିଲେ ପ୍ରଭୁ କ୍ଷମା କରିଦେବ
ଏତିକି ମିନତି ମୋର
ମୁଁ ଛାର ମାନବ ନାମ ହରିହର
ଆହେ ବ୍ରହ୍ମାଣ୍ଡ ଠାକୁର।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା

Leave a Reply

Your email address will not be published. Required fields are marked *