ଏନଆଇଏନଏଲ୍ : ସୁରକ୍ଷିତ ପରିବେଶରୁ ସମୃଦ୍ଧ ଭବିଷ୍ୟତଭଏସ୍-ଓଭର

ଏନଆଇଏନଏଲ୍ : ସୁରକ୍ଷିତ ପରିବେଶରୁ ସମୃଦ୍ଧ ଭବିଷ୍ୟତଭଏସ୍-ଓଭର (VO): ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ରେ ବ୍ୟାପକ ବୃକ୍ଷ ରୋପଣ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ପରିବେଶ ଅନୁକୂଳ ଶିଳ୍ପାୟନ ଯୋଜନା କୁ ନେଇ ଦେଖିବା ଆମର ସ୍ଵତନ୍ତ୍ର ରିପୋର୍ଟ ।ରାଜ୍ୟ ସରକାରଙ୍କ ଶିଳ୍ପାୟନ ପ୍ରକ୍ରିୟାରେ ଆଉ ଏକ ବଡ଼ ପଦକ୍ଷେପ। ଶିଳ୍ପ ବିକାଶ ସହ ପରିବେଶ ସୁରକ୍ଷା । କଳିଙ୍ଗନଗରରେ ଆରମ୍ଭ ହୋଇଛି ଏକ ବୃହତ୍ତମ ବନୀକରଣ ଅଭିଯାନ। ଆଗାମୀ ୪ ବର୍ଷରେ ୬ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ନେଇ ଏନଆଇଏନଏଲ୍ ଗଢୁଛି ଏକ ବିଶାଳ ‘କାର୍ବନ ସିଙ୍କ୍’। ଏହି ସବୁଜ ବଳୟ ବାରଗାଡ଼ିଆ ଓ ଡୁବୁରୀ ଭଳି ନିକଟସ୍ଥ ଗ୍ରାମଗୁଡ଼ିକ ପାଇଁ ଏକ ବୈଜ୍ଞାନିକ ସୁରକ୍ଷା କବଚ ବା ‘ବଫର୍ ଜୋନ୍’ ଭାବେ କାର୍ଯ୍ୟ କରି ପ୍ରଦୂଷଣ ମୁକ୍ତ ପରିବେଶ ପ୍ରଦାନ କରିବ।ଏନଆଇଏନଏଲ୍ ପରିସରର ପ୍ରାୟ ୪୩ ପ୍ରତିଶତ ଅଞ୍ଚଳ ଆଜି ସବୁଜିମାରେ ହସୁଛି।

କେବଳ ବୃକ୍ଷରୋପଣ ନୁହେଁ, ଅତ୍ୟାଧୁନିକ ଇଏସପି, ବ୍ୟାଗ୍ ଫିଲ୍ଟର ଏବଂ ଦୀର୍ଘ ଉଚ୍ଚତା ବିଶିଷ୍ଟ ଧାତବ ପ୍ରାଚୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ସହାୟକ ହେଉଛି। ସେହିପରି ‘ଜିରୋ ଏଫ୍ଲୁଏଣ୍ଟ୍ ଡିସଚାର୍ଜ’ ଏବଂ କ୍ଲୋଜଡ୍-ଲୁପ୍ ବ୍ୟବସ୍ଥା ଜରିଆରେ ପ୍ରତି ବୁନ୍ଦା ଜଳର ବିଶୋଧନ ଓ ପୁନଃ ବ୍ୟବହାରକୁ ସୁନିଶ୍ଚିତ କରାଯାଉଛି।ଲକ୍ଷ୍ୟ – ବାର୍ଷିକ ୪.୮ ନିୟୁତ ଟନ୍ ଷ୍ଟିଲ୍ ଉତ୍ପାଦନ, କିନ୍ତୁ ପରିବେଶକୁ ସାଥିରେ ନେଇ। ୭୫ ପ୍ରତିଶତ ଅକ୍ଷୟ ଶକ୍ତିର ବ୍ୟବହାର, ପଲଭରାଇଜଡ୍ କୋଲ ଇଞ୍ଜେକସନ ଏବଂ ପରିବହନ କ୍ଷେତ୍ରରେ ଇଲେକ୍ଟ୍ରିକ୍ ଯାନର ପ୍ରୟୋଗ ସହିତ ଏନଆଇଏନଏଲ୍ ଆଗେଇ ଚାଲିଛି ଏକ କାର୍ବନ-ମୁକ୍ତ ଭବିଷ୍ୟତ ଆଡ଼କୁ।କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ଏନଆଇଏନଏଲ୍। ଶିଳ୍ପାୟନ ସହ ପରିବେଶ ସନ୍ତୁଳନର ଏହି ଅଭିଯାନ ଆଣିବ ଏକ ସୁନ୍ଦର ଓ ସୁସ୍ଥ ଭବିଷ୍ୟତ l

Leave a Reply

Your email address will not be published. Required fields are marked *