ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବ ‘ଓଏମସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ – ସାମିଲ ହେବେ ଦେଶବିଦେଶର ଧାବକ
ପୁରୀ:୧୦/୧୧- ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଓଏମସି (OMC) ର ମିଳିତ ସହଯୋଗରେ ଆଗାମୀ ଡିସେମ୍ବର ୧୩, ୨୦୨୬ (ରବିବାର) ଦିନ ପୁରୀଠାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ବର୍ଷର ସର୍ବବୃହତ କ୍ରୀଡ଼ା ମହାକୁମ୍ଭ—’ଓଏମସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’। “Run, Where the Ocean Meets the Divine” ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି ମାରାଥନ୍ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଓଡ଼ିଶାର କଳା, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଅତିଥି ସତ୍କାରକୁ ବିଶ୍ୱସ୍ତରରେ ପରିଚିତ କରାଇବାର ଏକ ସୁବର୍ଣ୍ଣ ସୁଯୋଗ ଅଟେ।ପୁରୀର ପବିତ୍ର ଶ୍ରୀକ୍ଷେତ୍ର, ପ୍ରସିଦ୍ଧ ବ୍ଲୁ ଫ୍ଲାଗ୍ ବେଳାଭୂମି (Blue Flag Beach), ନୂଆ ନଇ ଏବଂ ପ୍ରାକୃତିକ ପରିବେଶ ଦେଇ ଏହି ମାରାଥନ୍ ପଥ ପରିକ୍ରମା କରିବ। ଏଥିରେ ୫ କିମି ବାଲୁକା ବେଳାଭୂମିରେ ଦୌଡ଼ିବାର ଏକ ରୋମାଞ୍ଚକର ଅନୁଭୂତି ମଧ୍ୟ ରହିଛି l ଏହି ମାରାଥନ୍ରେ ସମସ୍ତ ବର୍ଗର ଧାବକମାନଙ୍କ ପାଇଁ ୪ଟି ମୁଖ୍ୟ ବିଭାଗ ରହିଛି: * ଫୁଲ୍ ମାରାଥନ୍ (Full Marathon): ୪୨.୧୯୫ କିମି (ସମୟ ସୀମା: ୬ ଘଣ୍ଟା ୪୦ ମିନିଟ୍, ସର୍ବନିମ୍ନ ବୟସ: ୧୮+) * ହାଫ୍ ମାରାଥନ୍ (Half Marathon): ୨୧.୦୯୭ କିମି (ସମୟ ସୀମା: ୩ ଘଣ୍ଟା ୨୦ ମିନିଟ୍, ସର୍ବନିମ୍ନ ବୟସ: ୧୬+) * ୧୦ କିମି ଦୌଡ଼ (10K Run): ୧୦ କିମି (ସମୟ ସୀମା: ୧୦୦ ମିନିଟ୍, ସର୍ବନିମ୍ନ ବୟସ: ୧୪+) * ୫ କିମି ଫନ୍ ରନ୍ (5K Fun Run): ୫ କିମି (ସମୟ ସୀମା: ୬୦ ମିନିଟ୍, ସର୍ବନିମ୍ନ ବୟସ: ୧୦+)ପ୍ରତିଯୋଗିତାକୁ ଅଧିକ ରୋମାଞ୍ଚକର କରିବା ପାଇଁ ମୋଟ ୧,୦୦,୦୦,୦୦୦ ଟଙ୍କା (୧ କୋଟି) ର ଏକ ବିଶାଳ ପୁରସ୍କାର ରାଶି ରଖାଯାଇଛି, ଯାହା ଦେଶବିଦେଶରୁ ଆସୁଥିବା କ୍ଷ୍ୟତିସମ୍ପନ୍ନ ଧାବକମାନଙ୍କୁ ଆକୃଷ୍ଟ କରିବ।ପ୍ରତ୍ୟେକ ପଞ୍ଜୀକୃତ ଅଂଶଗ୍ରହଣକାରୀଙ୍କୁ ଅଫିସିଆଲ୍ ଟି-ସର୍ଟ, ଫିନିସର୍ ମେଡାଲ୍, ଗୁଡି ବ୍ୟାଗ୍, ଟାଇମିଂ ବିବ୍ (BIB), ପଥମଧ୍ୟରେ ଜଳ ଓ ଡାକ୍ତରୀ ସହାୟତା, ସ୍ୱାସ୍ଥ୍ୟକର ଜଳଖିଆ, ଇ-ପ୍ରମାଣପତ୍ର, ମାଗଣା ଫଟୋଗ୍ରାଫ୍ ଏବଂ ମନୋରଞ୍ଜନ ପାଇଁ ଜୁମ୍ବା ସେସନ୍ ପ୍ରଦାନ କରାଯିବ।ପ୍ରମୁଖ ତାରିଖ ଓ ସ୍ଥାନ: * ମାରାଥନ୍ ଏକ୍ସପୋ (Marathon Expo): ୧୨ ଡିସେମ୍ବର ୨୦୨୬ (ଶନିବାର) * ମାରାଥନ୍ ଦିବସ (Race Day): ୧୩ ଡିସେମ୍ବର ୨୦୨୬ (ରବିବାର) * ସ୍ଥାନ: ତାଜ ରିସୋର୍ଟ ଆଣ୍ଡ ସ୍ପା ପଛପାଖ, ପୁରୀ, ଓଡ଼ିଶାଓଡ଼ିଶାର ଗୌରବ ଏବଂ ଏହି ମହାନ କ୍ରୀଡ଼ା ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ କ୍ରୀଡ଼ାନୁରାଗୀ, ସାମାଜିକ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ସ୍ୱତଃସ୍ଫୁର୍ତ୍ତ ଭାବେ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।ଅଧିକ ଜାଣିବା ଏବଂ ପଞ୍ଜୀକରଣ (Registration) ପାଇଁ ଅଫିସିଆଲ୍ ୱେବସାଇଟ୍ puricoastalmarathon.in ପରିଦର୍ଶନ କରନ୍ତୁ।
