ସମ୍ବାଦ ଆମ ଓଡିଶା ପକ୍ଷରୁ ବିଭିନ୍ନ ସ୍କୁଲରେ ପ୍ରତିଯୋଗିତା ଅନୁଷ୍ଠିତ

ସମ୍ବାଦ ଆମ ଓଡିଶା ପକ୍ଷରୁ ବ୍ୟାସନଗରର ବିଭିନ୍ନ ସ୍କୁଲରେ ଚିତ୍ରାଙ୍କନ,ସୁନ୍ଦର ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ l8 ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସାମିଲ l ଦୈନିକ ସମ୍ବାଦ ଖବର କାଗଜର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟରେ ଛାତ୍ରଛାତ୍ରୀ ମାନଙ୍କ ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇଛି l ଏହି ପରିପକ୍ଷୀ ରେ ବ୍ୟାସନଗର ରେ ମଧ୍ୟ ବ୍ୟାସନଗର ପବ୍ଲିକ ସ୍କୁଲ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମୁଣ୍ଡମାଳ ପରିସରରେ ଚିତ୍ରାଙ୍କନ, ଭାଷାଜ୍ଞାନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି l ଏହି ପ୍ରତିଯୋଗିତାରେ ବ୍ୟାସନଗର ପୌର ପରିଷଦ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ l

Leave a Reply

Your email address will not be published. Required fields are marked *