ସୁଭଦ୍ରା ଯୋଜନା ଅତ୍ୟନ୍ତ ଉଚ୍ଚକୋଟୀର
ସୁଭଦ୍ରା ଯୋଜନା ଅତ୍ୟନ୍ତ ଉଚ୍ଚକୋଟୀର, ମାଆମାନେ ବହୁତ ଖୁସି ଅଛନ୍ତି -ମନ୍ତ୍ରୀ ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ବାଗତ ପଦଯାତ୍ରାରେ ୫୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କ ଯୋଗଦାନଭଦ୍ରକ, ୧୫.୦୯.୨୦୨୪ ରିଖ । ସରକାରୀ ନିର୍ଦ୍ଦେଶ ମତେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା, ଯୁବସେବା ଓ କ୍ରୀଡ଼ା, ଓଡ଼ିଆ ଭାଷା ପ୍ରତିଷ୍ଠାନ, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ପ୍ରଦର୍ଶନ ପୂର୍ବକି ପଦଯାତ୍ରାର ଶୁଭାରମ୍ଭ କରି ସେଥିରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲୀପ ରାଉତରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ବିଭାଗୀୟ ଅଧିକାରୀ ଡି.ଏସ୍.ଡବ୍ଲ୍ୟୁଓ .ଏସ୍. ଡବ୍ଲ୍ୟୁଓ ପୁଷ୍ପଲତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିବା ୫୦୦ ରୁ ଉର୍ଦୁ ମହିଳା ଜିଲ୍ଲା କାର୍ଯ୍ୟାଳୟରୁ ପଦଯାତ୍ରାରେ ବାହାରି ଟାଉନହଲ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

ଦସ୍ତଖତ ଅଭିଯାନରେ ସମସ୍ତେ ଅଂଶ ଗ୍ରହଣ କରିବା ସହିତ ଟାଉନ୍ହଲ ଠାରେ ସୁଭଦ୍ରା ସଚେତନତା ନେଇ ଦଳଗତ ଆଲୋଚନାରେ ଅଂଶ ଗ୍ରହଣ କାରିଥିଲେ । ସେଠାରେ ମଧ୍ୟ ଭଦ୍ରକ ବିଧାୟକ, ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧୁକାରୀ, ଡି.ଏସ୍.ଡବ୍ଲ୍ୟୁଓ, ଭଦ୍ରକ ବିଡ଼ିଓ ସୀତାକାନ୍ତ ରାଉତ, ଭଦ୍ରକ ସିଡ଼ିପିଓ ରାଜଶ୍ରୀ ଗୋସ୍ବାମୀ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ସୁଭଦ୍ରା ସଚେତନତା ନେଇ ବାର୍ଷା ପ୍ରଦାନ କରିଥିଲେ । ଡି.ପି.ଏମ୍ ଓଏଲଏମ୍ ସଂଜୟ ବାରିକ ମଞ୍ଚ ପରିପ୍ପଳନା କରିଥିଲେ । ନିର୍ବାଚନରେ ଯେଉଁ ସଂକଳ୍ପ କରାଯାଇଥିଲା ମୋହନ ସରକାର ତାକୁ ପୁରଣ କରିଛନ୍ତି । ଏକାଥରକେ ଏକ କୋଟିରୁ ଉର୍ଦୁ ମହିଳା ହିତାଧିକାରୀଙ୍କୁ ଲକ୍ଷ୍ୟ ରଖ୍ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ତୃଣମୂଳ ସ୍ତରରେ ସମସ୍ତ ଯୋଗ୍ୟ ମହିଳା ଏହି ଯୋଜନାର ଫାଇଦା ପାଇବେ । ଏହା ଅତ୍ୟନ୍ତ ଉଚ୍ଚ କୋଟୀର ଯୋଜନା ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିପ୍ପଳନାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧୁକାରୀ ଅକ୍ରୂର ବାରିକ, ଡି.ପି.ସି. ମିଶନ ଶକ୍ତି ଅଭିକ ନାରାୟିନ, ଡି.ପି.ସି. ମମତା ପ୍ରଦ୍ୟୁମ୍ନଜୀ, ଡି.ପି.ସି. ପୋଷଣ ସିରାଜ ପ୍ରମୁଖ ଆନୁସଙ୍ଗିକ ସହଯୋଗ କରିଥିଲେ ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ରିପୋର୍ଟ,
