ପିତୃପକ୍ଷ ରେ ପିଣ୍ଡଦାନ ଅସ୍ଥି ବିସର୍ଜନ ଶ୍ରାଦ୍ଧ ଓ ତିଳ ତର୍ପଣ

ପ୍ରୟାଗ ରାଜ ରେ ଅସ୍ଥି ବିସର୍ଜନ ପିଣ୍ଡଦାନ ଶ୍ରାଦ୍ଧ ଓ ତିଳ ତର୍ପଣ “l ପ୍ରୟାଗ ରାଜ (ଆଲ୍ଲାବାଦ)ଠାରେ ପିତୃପକ୍ଷ ମାସ ରେ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ସାରା ଭାରତ ବର୍ଷରୁ ଏଠି ପହଞ୍ଚି ଅସ୍ଥି ବିସର୍ଜନ, ପିଣ୍ଡଦାନ, ଶ୍ରାଦ୍ଧ ତିଳ ତର୍ପଣ କରି ଫେରୁଥିବା ପରିଲକ୍ଷିତ ହୋଉଛି। ଭାଦ୍ରବ ମାସର କୃଷ୍ଣ ପକ୍ଷ ରୁ ଆରମ୍ଭ ହୋଇ ଆଶ୍ୱିନ ମାସ କୃଷ୍ଣପକ୍ଷ ଏହି ସମୟ ପିତୃ ପକ୍ଷ ଙ୍କ।ଏହି ସମୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଶ୍ରାଦ୍ଧ ତିଳ ତର୍ପଣ ସାଙ୍ଗକୁ ଅସ୍ଥି ବିସର୍ଜନ ହୋଇଥାଏ। ମୂଖ୍ୟତଃ ଏହି ପକ୍ଷ ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଗଙ୍ଗା ନଦୀ କୂଳେ। ସାଧାରଣତଃ ତ୍ରୀବେଣୀ ସଙ୍ଗମ ଯାହା ଗଙ୍ଗା ଯମୁନା ଓ ସରସ୍ଵତୀ ତିନି ପୁଣ୍ୟ ନଦୀ ର ମିଳନ ସ୍ଥଳ। ପ୍ରୟାଗ ରାଜ ରେ ମିଳନ ସ୍ଥଳ ଏଣୁ ଏହି ସ୍ଥାନଟି ପବିତ୍ର ଅଟେ।ଏଠି ଅସ୍ଥି ବିସର୍ଜନ ପିଣ୍ଡଦାନ ଶ୍ରାଦ୍ଧ ତିଳ ତର୍ପଣ କରିଲେ ପୁର୍ବଜ ଙ୍କ ମୋକ୍ଷ ପ୍ରାପ୍ତ ହୁଏ ଏବଂ ସ୍ବର୍ଗ ଲୋକ ପ୍ରାପ୍ତି ହୁଏ ଏହା ପୁରାଣ ଓ କିମ୍ବଦନ୍ତୀ ରୁ ଜଣାଯାଏ।

ଏହି ପକ୍ଷ ରେ ଦୈନିକ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗ ରାଜ ସଙ୍ଗମ ସ୍ଥଳ ରେ ପହଞ୍ଚି ସୂର୍ଯ୍ୟ ଉଦୟ ଠାରୁ ଅସ୍ଥ ପଯ୍ୟନ୍ତ ଶ୍ରାଦ୍ଧ ତିଳ ତର୍ପଣ ସାଙ୍ଗକୁ ପିଣ୍ଡଦାନ କରନ୍ତି। ଆଜି ଏହି ପୁଣ୍ୟ ତୋୟା ପିଠ ସଙ୍ଗମ ସ୍ଥଳ ପ୍ରୟାଗ ରାଜ ରେ ଆମେ ଏଠି ପିତୃପୁରୁଷଙ୍କଲାଗି ଦଣ୍ଡାୟମାନ।

Leave a Reply

Your email address will not be published. Required fields are marked *