ପୁଣି ଅନଲାଇନ ରେ ମହାପ୍ରଭୁଙ୍କୁ ଦର୍ଶନ କରିଦେବା ନେଇ ସୋସିଆଲ ମିଡ଼ିଆରେ ବିଜ୍ଞାପନ
Dt-19,7,26-ପୁଣି ଅନଲାଇନ ରେ ମହାପ୍ରଭୁଙ୍କୁ ଦର୍ଶନ କରିଦେବା ନେଇ ସୋସିଆଲ ମିଡିଆରେ ବିଜ୍ଞାପନ l ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ l eoOdisha ଆଣୁଛି ‘MyEO Jagannath Dham Concierge Service’ l ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ ହେବାକୁ ଯାଉଛି। eoOdisha ନାମକ ସଂସ୍ଥା “MyEO Jagannath Dham Concierge Service” ନାମରେ ଏକ ବିଶେଷ ସେବା ଆରମ୍ଭ କରୁଛି। ଏହି ସେବାର ଉଦ୍ଦେଶ୍ୟ ହେଉଛି ଭକ୍ତମାନଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ଅଧିକ ସୁଗମ, ଆରାମଦାୟକ ଏବଂ ସ୍ମରଣୀୟ କରିବା। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏଣିକି ଆପଣ କେବଳ ଭକ୍ତିରେ ମନ ଦେବେ, ବାକି ସମସ୍ତ ବ୍ୟବସ୍ଥାର ଦାୟିତ୍ୱ ଆମେ ନେବୁ। ୧ ଅଗଷ୍ଟରୁ ଆରମ୍ଭ ହେଉଛି ସେବା l eoOdisha ସୂତ୍ରରୁ ଜଣାପଡିଛି ଯେ ଆସନ୍ତା ୧ ଅଗଷ୍ଟ ୨୦୨୬ରୁ ଏହି “ସେବା ସେବା” ଆଧିକାରିକ ଭାବେ ଆରମ୍ଭ ହେବ। ଏହା ଜଗନ୍ନାଥ ଧାମକୁ ନୂଆ ଉପାୟରେ ଅନୁଭବ କରିବାର ଏକ ସୁଯୋଗ ଆଣିଦେବ ବୋଲି ସଂସ୍ଥା କହିଛି। ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି 8114836222 ଏହି ନୂଆ ପଦକ୍ଷେପ ଫଳରେ ଦୂର ଦୂରାନ୍ତରୁ ଆସୁଥିବା ତୀର୍ଥଯାତ୍ରୀମାନେ ବିନା ଅସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସଂସ୍ଥା କହିଛି ।
