ବଡ଼ଦାଣ୍ଡ ସେବା ଅନୁଷ୍ଠାନ ପକ୍ଷରୁ ବିଶ୍ଵ ରେଡିଓ ଦିବସ ପାଳିତ
..ପୁରୀ ତା ୧୩/୨ରେଡିଓ ସାଧାରଣ ଲୋକ ମାନଙ୍କର ବନ୍ଧୁ।ସୂଚନା, ଶିକ୍ଷା,ମନୋରଞ୍ଜନ ମାଧ୍ୟମରେ ସେ ଶିଶୁ ଠାରୁ ବୟସ୍କ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣା ର କରିନିଏ ବୋଲି କହିଛନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ।ଆଜି ପୂର୍ବାହ୍ନରେ ମରିଚିକୋଟ ଛକଠାରେ ସାମାଜିକ ସଂଗଠନ ‘ବଡ଼ଦାଣ୍ଡ ସେବା’ ର ଚତୁର୍ଥ ବାର୍ଷିକୋତ୍ସବ ଅବସରରେ ବିଶ୍ଵ ରେଡିଓ ଦିବସ ପାଳିତ ହୋଇଯାଇଛି ।ଏଥିରେ ଯୋଗ ଦେଇ ଶ୍ରୀ ସେଠୀ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଲୋକ ଙ୍କୁ ଅବଗତ କରାଇବା ଓ ଲୋକ ମାନଙ୍କ ଆବଶ୍ୟକତା କୁ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପନ କରିବାରେ ରେଡ଼ିଓ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ।ବିପର୍ଯ୍ୟୟ ସମୟରେ ଅନ୍ୟ ମାଧ୍ୟମ ପ୍ରଭାବିତ ହେଉଥିବା ବେଳେ ବେତାର ମାଧ୍ୟମ ହିଁ ଲୋକ ମାନ ଙ୍କୁ ବିବିଧ ଜରୁରୀ ଓ ସତର୍କ ସୂଚନା ପ୍ରଦାନ ରେ ସହାୟକ ହୋଇ ଥାଏ ବୋଲି କହିଥିଲେ।ଆକାଶବାଣୀ ପୁରୀର କେନ୍ଦ୍ର ନିର୍ଦ୍ଦେଶକ ମାନସ ରଞ୍ଜନ ନାୟକ ରେଡିଓ ପାଖରେ ଥିଲେ କେବେହେଲେ କିଏ ଏକଲା ଅନୁଭବ କରିବ ନାହିଁ I ରେଡିଓ ସହିତ ବିଶ୍ବବାସୀ ଅଧିକ ପରିଚିତ।୧୮୯୫ ରୁ ଆରମ୍ଭ ହୋଇ ଥିବା ରେଡ଼ିଓ ସମାଜ କଲ୍ୟାଣରେ ତାହାର ଜୟ ଯାତ୍ରା ଜାରି ରଖିଛି ବୋଲି ସେ କହିଥିଲେ। ଟାଉନ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ରେଡ଼ିଓ ସବୁ ସମୟରେ ସମସ୍ତଙ୍କୁ ସେବା ଯୋଗାଇ ଆସିଛି ବୋଲି କହିବା ସହ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ I ଏହି ଅବସରରେ ବର୍ଷିୟାନ୍ ରେଡିଓ ପ୍ରେମୀ କୁମୁଦିନୀ ପାଢୀ,ବାଳକୃଷ୍ଣ ମହାପାତ୍ର ଓ ଜଗନ୍ନାଥ ପାଢୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନର ପ୍ରତିଷ୍ଠାତା ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ର ବିବରଣୀ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I
